Breaking PLUSଓଡ଼ିଶାମୁଖ୍ୟ ଖବର

20ରେ ମାଟ୍ରିକ ପରୀକ୍ଷା, ସକାଳ 7.30ରେ ଖୋଲିବ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର, 10 ଫେବୃଆରୀ – ଆସନ୍ତା ୨୦ ତାରିଖରେ ଆରମ୍ଭ ହେବ ରାଜ୍ୟରେ ମାଟ୍ରିକ ପରୀକ୍ଷା। ଏନେଇ ବିଭାଗ ପକ୍ଷରୁ ପ୍ରସ୍ତୁତିପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ଶତ ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ବିଭାଗ ନେଇଛି ପଦକ୍ଷେପ। ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ଯାଏ ଚାଲିବ ପରୀକ୍ଷା। ଅନୁପସ୍ଥିତ ପିଲାମାନଙ୍କ ଅଭିଭାବକଙ୍କୁ ବୁଝାଇବେ ଶିକ୍ଷକ। ଅର୍ଥାତ ଏଥର ଡ୍ରପ ଆଉଟ ରୋକିବାକୁ ଏମିତି ଏକ ପ୍ରୟାସ କରାଯାଉଛି। ପରୀକ୍ଷା କେନ୍ଦ୍ର ଖୋଲିବା ସମୟ ନେଇ ମଧ୍ୟ ପିଲାମନଙ୍କୁ ଅବଗତ କରାଯାଇଛି। ସକାଳ ୭ଟା ୩୦ ମିନିଟରେ ପରୀକ୍ଷା କେନ୍ଦ୍ର ଖୋଲିବ। ୮ଟା ୩୦ ମିନିଟରେ ଓ ଓଏମଆର ସିଟ ଏବଂ ୮ଟା ୪୫ରେ ପ୍ରଶ୍ନ ପତ୍ର ଦିଆଯିବ। ସକାଳ ୧୦ରୁ ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଉତ୍ତର ଖାତା ଲେଖିବେ ପରୀକ୍ଷାର୍ଥୀ। ଏହି ସମୟ ବ୍ୟବଧାନ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ କୋହଳ କରାଯିବ ।

Show More

Related Articles

Back to top button