ଓଡ଼ିଶାମୁଖ୍ୟ ଖବରଶିକ୍ଷାସ୍ୱତନ୍ତ୍ର

ଆଜି ପ୍ରକାଶ ପାଇବ ମ୍ୟାଟ୍ରିକ ଫଳାଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ମ୍ୟାଟ୍ରିକ ପରୀକ୍ଷା ଫଳ । ରେଜଲ୍ଟକୁ ନେଇ ବେଶ୍ ଉତ୍ସାହିତ ଛାତ୍ରଛାତ୍ରୀ ।  ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଦିନ ଗୋଟାଏରେ ରେଜଲ୍ଟ ପ୍ରକାଶ ପାଇବ । ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟରେ ଅପରାହ୍ନ ୧ଟାରେ ମାଟ୍ରିକ୍‌ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିବେ । ଅପରାହ୍ନ ୧ଟା ପରେ ବୋର୍ଡ ୱେବସାଇଟ୍‌ରୁ ପରୀକ୍ଷାର୍ଥୀ ସେମାନଙ୍କ ରୋଲ୍‌ ନମ୍ବର ଆଧାରରେ ପରୀକ୍ଷା ଫଳ ଜାଣିପାରିବେ ।

 www.bseodisha.ac.in ଏବଂ www.bseodisha.nic.in ଲଗିନ କରି ଅପରାହ୍ନ ୨ଟାରୁ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ । ମେସେଜ ମାଧ୍ୟମରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ । ମେସେଜ ମାଧ୍ୟମରେ ରେଜଲ୍ଟ ଜାଣିବାକୁ ଚାହୁଁଥିଲେ ପରୀକ୍ଷାର୍ଥୀମାନେ OR10(Space) Roll Number(Space) ଦେଇ ୫୬୭୬୭୫୦ କୁ ମେସେଜ୍‌ ପଠାଇଲେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ ।

 

Show More

Related Articles

Back to top button