Breaking PLUSଓଡ଼ିଶାମୁଖ୍ୟ ଖବର
ଦାନା ପ୍ରଭାବରେ ପାରାଦୀପରେ ସର୍ବାଧିକ ୬୨.୯ ମିଲିମିଟର ବର୍ଷା ରେକର୍ଡ
ଅତି ଭୟଙ୍କର ଭାବେ ମାଡି ଆସୁଛି ବାତ୍ୟା। ଦାନା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ପାରାଦୀପରେ ସର୍ବାଧିକ ୬୨.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଚାନ୍ଦବାଲିରେ ୪୬.୨, କୁଜଙ୍ଗ ଓ ରାଜକନିକାରେ ୨୭ ମିମି, ରାଜନଗରରେ ୨୪ ଓ ନୀଳଗିରିରେ ୨୩ ମିଲିମିଟର, ପଟ୍ଟାମୁଣ୍ଡାଇରେ ୨୨.୫, ଆଳିରେ ୨୧ ମିମି ବର୍ଷା ରେକର୍ଡ ହୋଇଛି। ପୁଣି ଥରେ ସାମୁଦ୍ରିକ ଜୁଆର ନେଇ ସତର୍କ ସୂଚନା ଜାରି କରାଯାଇଛି। ଭଦ୍ରକ , ବାଲେଶ୍ଵର, କେନ୍ଦ୍ରାପଡା ଉପକୂଳରେ ସ୍ଵାଭାବିକଠୁ ଅଧିକ ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ। ଜଗତସିଂହପୁରରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିବା ନେଇ ଆଶଙ୍କା କରାଯାଉଛି।