Breaking PLUSଓଡ଼ିଶାମୁଖ୍ୟ ଖବର

5 ଡିଗ୍ରୀ ତଳେ ଶିମିଳିପାଳ

ମୟୂରଭଞ୍ଜ ଜିଲାରେ ତଳମୁହାଁ ପାରଦ। ଲଗାତାର ତିନି ଦିନ ହେଲାଣି ଶିମିଳିପାଳ ଜାତୀୟ ଉଦ୍ୟାନରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ଥିବା ରେକର୍ଡ କରାଯାଇଥିଲା। ବନ ବିଭାଗର ସୂଚନା ଅନୁଯାୟୀ, ଆଜି ଶିମିଳପାଳରେ ତାପମାତ୍ରା ୫ ଡିଗ୍ରୀକୁ ଖସିଛି। ଫଳରେ ଶିମିଳିପାଳ ଏବଂ ପାଦ ଦେଶରେ ଥିବା ଗାଁଗୁଡ଼ିକରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି।

ଶିମିଳିପାଳ ଜାତୀୟ ଉଦ୍ୟାନ ଉପର ବାରାକାମୁଡ଼ା ଅଞ୍ଚଳରେ ଆଜି ତାପମାତ୍ରା ୫ ଡିଗ୍ରୀ ଥିବାବେଳେ ଚହଲାରେ ୮ ଡିଗ୍ରୀ ରହିଛି। ଓଡିଶାରେ ସର୍ବନିମ୍ନ ତାପମାତ୍ରା ଶିମିଳିପାଳରେ ରହିଛି। ଏଠାରେ ହସ୍ତୀ ଏବଂ ବ୍ୟାଘ୍ର ପ୍ରକଳ୍ପ ଥିବାରୁ ପାଣିପାଗ ବିଭାଗ ତାପମାତ୍ରା ରେକର୍ଡ କରିପାରେ ନାହିଁ। କେବଳ ବନ ବିଭାଗ ତାପମାତ୍ରା ରେକର୍ଡ କରି ସୂଚନା ଦେଇଥାଏ।

Show More

Related Articles

Back to top button