
ସୋସିଆଲ ମିଡ଼ିଆରେ ଏକ ମେସେଜ ଖୁବ ଭାଇରାଲ ହେଉଛି। ଏହି ମେସେଜରେ ଦାବି କରାଯାଇଛି ଯେ କ୍ୟାଡବରୀ ଚକଲେଟରେ ବିଫ ମିଶୁଛି। ଏକ ୱେବସାଇଟରୁ ନିଆଯାଇଥିବା ସ୍କ୍ରିନସଟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବହୁତ ସେୟାର ହେଉଛି । ଏଥିରେ କୁହାଯାଇଛି ଯେ ଯଦି କୌଣସି ଉତ୍ପାଦରେ ଜିଲେଟିନ ନାମକ ଇଂଗିଡ୍ରିଇଣ୍ଟ ଥାଏ ତାହେଲେ ତାର ଅର୍ଥ ହେଲା ଗୋମାଂସ ପ୍ରୟୋଗ କରି ଏହାକୁ ତିଆରି କରାଯାଇଛି । ଏହି ଦାବିକୁ ନେଇ କମ୍ପାନୀ ନିଜର ଜବାବ ରଖିଛି । କମ୍ପାନୀ କହିଛି ଯେ ଏହା ସମ୍ପୂର୍ଣ୍ଣ ଭୁଲ। କାରଣ ଏହି ଉତ୍ପାଦ ଭାରତ ସହ ସମ୍ବନ୍ଧିତ ନୁହେଁ। କମ୍ପାନୀ କହିଛି ଯେ ଭାରତରେ ବିକ୍ରି ହେଉଥିବା ତାର ଉତ୍ପାଦରେ ବିଫ ବା କୌଣସି ପ୍ରକାର ଅନ୍ୟ ମାଂସ ପ୍ରୟୋଗ କରାଯାଏ ନାହିଁ । କ୍ୟାଡ଼ବରୀ ଚକଲେଟରେ ବିଫକୁ ନେଇ ଯେବେଠାରୁ ଏହି ମେସେଜ ଭାଇରାଲ ହୋଇଛି ସେବେଠାରୁ ଅନେକ ଲୋକ ଏହି ପ୍ରସଙ୍ଗରେ କମ୍ପାନୀକୁ ଜବାବ magi କମ୍ପାନୀର ଅଫିସିଆଲ ଆକାଉଣ୍ଟକୁ ଟ୍ୟାଗ କରିଛନ୍ତି ।କମ୍ପାନୀ ଜବାବ ଦେଇ କହିଛି ଯେ ସେୟାର କରାଯାଇଥିବା ସ୍କ୍ରିନସଟ ଭାରତରେ ନିର୍ମିତ ମଡ଼େଲେଜ ଉତ୍ପାଦ ସହ ଜଡିତ ନୁହେଁ। ବରଂ ମଡ଼େଲେଜ ଇଣ୍ଟରନ୍ୟାଶନାଲ ଆମେରିକୀୟ କମ୍ପାନୀ ଯାହାର ମାଲିକ ବର୍ତ୍ତମାନ ବ୍ରିଟିଶ କମ୍ପାନୀ। ଏହାସହ କମ୍ପାନୀ ଜୋର ଦେଇ କହିଛି ଚକଲେଟ କଭରରେ ସବୁଜ ରଙ୍ଗର ସର୍କଲ ଦର୍ଶାଏ ଯେ ଭାରତରେ ତିଆରି ଏବଂ ସବୁ ଉତ୍ପାଦ ୧୦୦ ପ୍ରତିଶତ ଶାକାହାରୀ।
କୌଣସି ମେସେଜକୁ ଭାଇରାଲ କରିବା କିମ୍ବା ଆଗକୁ ଫରୱାର୍ଡ଼ କରିବା ପୂର୍ବରୁ ତା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଯାଞ୍ଚ କରିବାକୁ କମ୍ପାନୀ ଅନୁରୋଧ କରିଛି। କ୍ୟାଡ଼ବରୀ କହିଛି ଯେ ଏହିଭଳି ନକାରାତ୍ମକ ଓ ଭୁଲ post ଆମର ସମ୍ମାନିତ ଓ ବଡ ବ୍ରାଣ୍ଡ ଗ୍ରାହକଙ୍କ ବିଶ୍ୱାସ କମ କରିପାରେ। ସ୍କ୍ରିନସଟ ସାଇଟର ୟୁଆରଏଲ ହେଲା, Cadbury.com.au । ଏହାର ଅର୍ଥ ହେଲା ଏହା କମ୍ପାନୀର ଅଷ୍ଟ୍ରେଲିଆ ୟୁନିଟର ୱେବସାଇଟ। ସେଥିପାଇଁ ଭାଇରାଲ ମେସେଜର ଦାବି ଭୁଲ।