Breaking PLUSଓଡ଼ିଶାମୁଖ୍ୟ ଖବର

ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ବର: ରାଜ୍ୟ ସରକାର ଏଣିକି ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନାରେ ସାମିଲ କରିବେ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ନବମ ଓ ଦଶମ ପିଲାଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ମଧ୍ୟାହ୍‌ଣ ଭୋଜନରେ ଏହି ୨ଟି ଶ୍ରେଣୀର ପିଲାଙ୍କୁ ଅଣ୍ଡା ବି ଦିଆଯିବ। ଏହା ସହ ସପ୍ତାହକୁ ୩ଟି ଲଡୁ ମଧ୍ୟ ମିଳିବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀଙ୍କ ପୋଷଣ ଯୋଜନାରେ ବଜେଟରୁ ଏହି ଟଙ୍କା ଖର୍ଚ୍ଚ ହେବ। ୨୦୨୫-୨୬ ଆର୍ଥିକ ବର୍ଷରୁ ଏହା ଲାଗୁ ହେବ।

Show More

Related Articles

Back to top button