Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି । କନ୍ଧମାଳ ଜିଲାର ଘୁ. ଉଦୟଗିରିରେ ରାତି ତାପମାତ୍ରା ୪.୮ ଡିଗ୍ରୀ ରହିଛି। ଏଠାରେ ପାରଦ ତଳମୁହାଁ ହେବାରୁ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ. ଉଦୟଗିରି ସ୍ଥାନିତ ହୋଇଛି।ଗତ ଦୁଇଦିନ ହେଲା ସହରର ରାତି ତାପମାତ୍ରା ୫ଡିଗ୍ରୀ ଥିବାବେଳେ ଏଠାରେ ପାରଦ ଆହୁରି ତଳକୁ ଖସି ୪.୮ ଡିଗ୍ରୀରେ ପହଞ୍ଚିଛି। ଜିଲାର ଦାରିଙ୍ଗବାଡ଼ିରେ ୯ ଡିଗ୍ରୀ ଥୂବାବେଳେ ଫୁଲବାଣୀରେ ୮ଡିଗ୍ରୀ ରହିଛି। ସୁନ୍ଦରଗଡ଼ରେ ୭.୨, ରାଉରକେଲା ୯.୫, ଭଦ୍ରକ ୧୦, କୋରାପୁଟ ୧୦.୫, ଭବାନୀପାଟଣା ଓ ଅନୁଗୋଳ ୧୦ ୬, ଭୁବନେଶ୍ଵର ୧୩.୮ ଏବଂ କଟକରେ ୧୪ ଡିଗ୍ରୀ ରହିଛି। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ଫଳସ୍ବରୂପ ଶୀତ ପ୍ରକୋପ ଲାଗି ରହିପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।



