Breaking PLUSଓଡ଼ିଶାମୁଖ୍ୟ ଖବର

ଆମ୍ବ ଟାକୁଆ ଘଟଣାରେ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଏହି ଘଟଣାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ସହ ଗିରଫ ଦାବି କରିଛି ବିଜେଡି।

ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଗରିବ ଲୋକଙ୍କ ପାଖରେ ଚାଉଳ ଆଗୁଆ ପହଞ୍ଚିବାର ଯେଉଁ ବ୍ୟବସ୍ଥା ପୂର୍ବରୁ ଥିଲା, ତାହା ୪ ମାସ ମଧ୍ୟରେ କିପରି ଭୁଶୁଡ଼ି ପଡ଼ିଲା। କାହିଁକି ଲୋକଙ୍କ ପାଖରେ ପହଞ୍ଚିଲା ନାହିଁ। ଅକ୍ଟୋବର-ନଭେମ୍ବର-ଡିସେମ୍ବରର ଚାଉଳ ଅକ୍ଟୋବରରେ ପହଞ୍ଚିବା କଥା କିନ୍ତୁ କନ୍ଧମାଳ ମାମଲା ସାମ୍ନାକୁ ଆସିବା ପରେ ସରକାର ଚାଉଳ ବାଣ୍ଟିଲେ। ସରକାର ତାଙ୍କ ଦାୟିତ୍ୱରେ ଅବହେଳା କରିଛନ୍ତି। ମନ୍ତ୍ରିମଣ୍ଡଳରେ ଥିବା ଆଦିବାସୀ ମନ୍ତ୍ରୀଙ୍କ ସହ ଖୋଦ ମୁଖ୍ୟମନ୍ତ୍ରୀ ସାମ୍ନାକୁ ଆସି ସ୍ପଷ୍ଟୀକରଣ ଦିଅନ୍ତୁ ଯେ ଆଦିବାସୀମାନଙ୍କର ପାରମ୍ପରିକ ଖାଦ୍ୟ କି ଆମ୍ବ ଟାକୁଆ ଜାଉ। ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ନିଜ ନିଜ ବେପାରରେ ବ୍ୟସ୍ତ। ସାଧାରଣ ଲୋକଙ୍କ ସମସ୍ୟା ସମାଧାନରେ କିଛି ଯାଏ ଆସେ ନାହିଁ।

Show More

Related Articles

Back to top button