Breaking PLUSଓଡ଼ିଶାମୁଖ୍ୟ ଖବର
ପୁଣି ଲଜ୍ଜା-ନାବାଳିକାକୁ ଦୁଷ୍କର୍ମ !

ଲହୁଣୀପଡା: ଜଣେ ୭ ବର୍ଷର ନାବାଳିକାକୁ ପ୍ରଲୋଭନ ଦେଖାଇ ପରିତ୍ୟକ୍ତ କ୍ୟାବିନ ଭିତରେ ଦୁଷ୍କର୍ମ କରିଥିବା ନାବାଳିକା ପରିବାର ପକ୍ଷରୁ ଚାନ୍ଦିପୋଷ ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସମ୍ପର୍କୀୟଙ୍କ ନିର୍ବନ୍ଧରେ ଯୋଗ ଦେବା ପାଇଁ ବଣେଇ ଉପଖଣ୍ଡ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚାନ୍ଦିପୋଷ ଓରାମ ସାହିକୁ ଶନିବାର ମଧ୍ୟାହ୍ନରେ ବସ୍, ବୋଲେରୋ ଯୋଗେ ଏକ ପରିବାର ଆସିଥିଲେ। ଓରାମ ସମ୍ପ୍ରଦାୟରର ରୀତିନୀତି ଅନୁଯାୟୀ ନିର୍ବନ୍ଧ କାର୍ଯ୍ୟ ବହୁ ସମୟ ପର୍ଯ୍ୟନ୍ତ ଚାଲୁ ରହିଥିଲା। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସମସ୍ତେ ବ୍ୟସ୍ତ ଥିବାବେଳେ ଛୋଟ ପିଲାମାନେ ଏଣେତେଣେ ଖେଳୁଥିଲେ। ଏହାର ସୁଯୋଗ ନେଇ ବସ୍ର ହେଲ୍ପର ନାବାଳିକାକୁ ଆଇସକ୍ରିମ୍ କିଣି ଦେବ କହି ନିକଟରେ ଥିବା ଦୋକାନକୁ ଡାକି ନେଇଥିଲା। ଚାନ୍ଦିପୋଷ ରେଲୱେ ପ୍ଲାଟଫର୍ମର ପରିତ୍ୟକ୍ତ କ୍ୟାବିନ ଭିତରକୁ ଜୋରଜବରଦସ୍ତି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।