Breaking PLUSଓଡ଼ିଶାମୁଖ୍ୟ ଖବର

ଏସଡିପିଆରଓ ପ୍ରଶ୍ନପତ୍ରରେ ତ୍ରୁଟି

କଟକ : ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଏସଡିଆଇପିଆରଓ) ପଦର ଲିଖିତ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ହୋଇଛି। ୧୦୦ ମାର୍କ ବିଶିଷ୍ଟ ପରୀକ୍ଷାରେ ୯୪ ମାର୍କର ପ୍ରଶ୍ନ ଆସିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଓଡ଼ିଶା ସୂଚନା ସେବା ଅଧୀନରେ ୩୯ ପଦ ପୂରଣ କରାଯିବ। ଏଥିପାଇଁ ଓପିଏସସି ନିଯୁକ୍ତି ପରୀକ୍ଷା ଗତ ୨୯ ଏବଂ ୩୦ ତାରିଖ ଦୁଇ ଦିନ ଧରି ଦୁଇଟି ଲେଖାଏଁ ସିଟିଂରେ ଅନୁଷ୍ଠିତ ହୋଇଥିଲା।

Show More

Related Articles

Back to top button