Breaking PLUSଓଡ଼ିଶାମୁଖ୍ୟ ଖବର

ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ

ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ସମାରୋହରେ ମିଥୁନଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ମିଥୁନଙ୍କ ୪୮ବର୍ଷ ଫିଲ୍ମ କ୍ୟାରିୟରରେ ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ହିନ୍ଦୀ, ବଙ୍ଗାଳୀ, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ସେ ଅଭିନୟ କରିଛନ୍ତି। ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ହେଉଛି ଦାଦା ସାହେବ ଫାଲକେ।

Show More

Related Articles

Back to top button