
ଅବ୍ୟବସ୍ଥା ମଧ୍ୟରେ ବ୍ରହ୍ମପୁର MKCG ମେଡିକାଲ । ଗତ କିଛିଦିନ ପୂର୍ବରୁ ଏହି ମେଡିକାଲରେ ନିଆଁ ଲାଗିଥିବାବେଳେ ଆଜି ହସ୍ପିଟାଲରୁ ଶିଲିଂ ଖସିବା ଘଟଣା ସାମ୍ନାକୁ ଆସିଛି । ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାରେ ଏହି ଘଟଣା ଦେଖିବାକୁ ମିଳିଛି ।
ସବୁଠାରୁ ବଡ କଥା ହେଲା ଏହି ସ୍ଥାନରେ କେହି ରୋଗୀ ନଥିବାରୁ କାହାର କିଛି କ୍ଷତି ହୋଇନାହିଁ । ତେବେ କିଛି ଦିନ ପୂର୍ବରୁ ଏହି ୟୁରୋଲୋଜି ୱାର୍ଡରେ ନିଆଁ ଲାଗିଯାଇଥିଲା । ଏବେ ପୁଣି ଥରେ ଶିଲିଂ ଖସିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି ।
ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ରୋଗୀଙ୍କ ସୁରକ୍ଷା ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବାରମ୍ବାର ମେଡିକାଲରେ ଏପରି ଅଘଟଣକୁ ବିରୋଧ କରିଛି ବିଜେପି । ହସ୍ପିଟାଲରେ ଅବ୍ୟବସ୍ଥାକୁ ନେଇ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି ।