Breaking PLUSଦେଶମୁଖ୍ୟ ଖବର

କୋର୍ଟଙ୍କ ରୋକ ସତ୍ତ୍ୱେ ସନ୍ଦେଶଖାଲିର ଏଣ୍ଟ୍ରି ପଏଣ୍ଟରେ 144 ଧାରା ଜାରି କଲା ପୋଲିସ

କୋଲକାତା, 14 ଫେବୃଆରୀ-କୋଲକତା ଉଚ୍ଚ ନ୍ୟାୟାଳୟ ମଙ୍ଗଳବାର ପୂରା ସନ୍ଦେଶଖାଲିରୁ 144 ଧାରା ଉଠାଇବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ପୋଲିସ ନୂଆ ରଣନୀତି ଆପଣାଇ ସନ୍ଦେଶଖାଲିରୁ 144 ଧାରା ହଟାଇଛି ସତ, କିନ୍ତୁ ପୂରା ଅଞ୍ଚଳରେ ଥିବା ପ୍ରବେଶ ଦ୍ୱାରଗୁଡିକରେ ନିଷେଧାଜ୍ଞା ଲାଗୁ କରିଛି । ବୁଧବାର ସକାଳେ ସନ୍ଦେଶଖାଲିରେ 19ଟି ସ୍ଥାନରେ 144 ଧାରା ଜାରି କରାଯାଇଛି । ଏହି ସ୍ଥାନ ଗୁଡିକ ମୁଖ୍ୟତଃ ସନ୍ଦେଶଖାଲିର ପ୍ରବେଶ ପଥ ଅଟେ । ଲୋକଙ୍କ ସ୍ୱରକୁ ଦବାଇବା ପାଇଁ ଏଭଳି ଧାରା ଲାଗୁ କରାଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି ।
ସନ୍ଦେଶଖାଲିର 7ଟି ପଞ୍ଚାୟତର 19ଟି ସ୍ଥାନରେ 144 ଧାରା ଜାରି କରାଯାଇଛି । ସନ୍ଦେଶଖାଲି ଗ୍ରାମ ପଂଚାୟତର ସନ୍ଦେଶଖାଲି ଘାଟ, ଖୁଲନା ଘାଟ, ବୋଲାଖାଲି ଘାଟ, ତ୍ରିମାନୀ ବଜାର, ପାତ୍ର ପଡା ସାମିଲ ରହିଛି ।

Show More

Related Articles

Back to top button