Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବିଶ୍ୱ ଦେଖିଲା ଉତ୍କଳୀୟ କଳାର ଅଦ୍ଭୁତ ଝଲକ

() ବିଶ୍ୱ ଦେଖିଲା ବିସ୍ମୟ । ଉତ୍କଳୀୟ କଳା ଓ ସଂସ୍କୃତି । ଉତ୍କଳୀୟ କଳାର ଅଦ୍ଭୁତ ଝଲକ । ଆଜି ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍‌’ରେ ଆରମ୍ଭ ହୋଇଥିବା ଅଷ୍ଟାଦଶ ‘ଜି୨୦’ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ବିଶ୍ବ ନେତାମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧ ଚକ୍ରର ପ୍ରତିକୃତି ଥିବା ପୃଷ୍ଠଭୂମି ସମ୍ମୁଖରେ ସ୍ବାଗତ କରିବା ସହିତ କରମର୍ଦ୍ଦନ କରିଛନ୍ତି।

ଏ ସଂକ୍ରାନ୍ତରେ ‘ଏକ୍ସ୍‌’ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି: ‘ଜି୨୦’ ସ୍ବାଗତ-କରମର୍ଦ୍ଦନସ୍ଥଳରେ ଓଡ଼ିଶାର ଚିର ବିସ୍ମୟ କୋଣାର୍କ ଚକ୍ର। ସମଗ୍ର ଭାରତବାସୀ ଓ ବିଶେଷକରି ମୋ ଓଡ଼ିଶାର ଭାଇଭଉଣୀଙ୍କ ପାଇଁ ଅତି ଗୌରବର ମୁହୂର୍ତ୍ତ।

ଭାରତୀୟ ସଭ୍ୟତାଗତ, ସାଂସ୍କୃତିକ ଓ ଭାସ୍କର୍ଯ୍ୟର ଚମତ୍କାରିତା କୋଣାର୍କ ଚକ୍ର ନିରବଚ୍ଛିନ୍ନତା ଓ ପ୍ରଗତିର ସଙ୍କେତ ଅଟେ।

Show More

Related Articles

Back to top button