ଓଡ଼ିଶାସ୍ୱାସ୍ଥ୍ୟ

ବିବାହ ଭୋଜି ଖାଇ ୮୦ରୁ ଅଧିକ ଲୋକ ଅସୁସ୍ଥ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ରେଙ୍ଗାଳି ପଞ୍ଚାୟତ ଅନ୍ତର୍ଗତ ବର୍ତ୍ତିଆ ଗାଁରେ ବିବାହ ଭୋଜି ଖାଇ ୮୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି।
ସୂଚନା ଅନୁସାରେ, ଦୁଇ ଦିନ ପୂର୍ବେ ଗାଁରେ ଏକ ବିବାହ ଭୋଜି ଆୟୋଜିତ ହୋଇଥିଲା। ଭୋଜି ଖାଇବା ପରେ ଗୁରୁବାର ପ୍ରଥମେ ପ୍ରାୟ ୪୦ ଜଣ ଅସୁସ୍ଥ ହୋଇ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନେଇଥିଲେ। ପରେ ଶୁକ୍ରବାର ଆହୁରି ଅନେକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ।
ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଗାଁକୁ ପହଞ୍ଚି ଘରେ ଘରେ ଯାଇ ଚିକିତ୍ସା ସେବା ଯୋଗାଇଥିଲେ। ଗୁରୁତର ଅବସ୍ଥାରେ ଥିବା ଜଣେ ରୋଗୀଙ୍କୁ ପାଟଣାଗଡ଼କୁ ସ୍ଥାନାନ୍ତର କରାଯାଇଛି।
ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କ କହିବା ଅନୁଯାୟୀ, ବିବାହ ଭୋଜିର ଖାଦ୍ୟ ଖାଇବା ପରେ ଏହି ଅସୁସ୍ଥତା ଦେଖାଦେଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା ବେଳେ ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି।

Show More

Related Articles

Back to top button