Breaking PLUSଦେଶମୁଖ୍ୟ ଖବରରାଜନୀତି

ତାମିଲନାଡୁରେ ସରକାର ଗଠନ ଦିଗରେ ବିଜୟଙ୍କ ବଡ଼ ପଦକ୍ଷେପ, ୧୨୦ ବିଧାୟକଙ୍କ ସମର୍ଥନ

ଚେନ୍ନାଇ: ତାମିଲନାଡୁରେ ସରକାର ଗଠନ ପାଇଁ ଟିଭିକେ ମୁଖ୍ୟ ସି. ଜୋସେଫ ବିଜୟଙ୍କ ପଥ ଏବେ ପ୍ରାୟ ସ୍ପଷ୍ଟ ହୋଇଛି। ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ଆବଶ୍ୟକ ବହୁମତ ସଂଖ୍ୟା ଅତିକ୍ରମ କରି ବିଜୟ ୧୨୦ ବିଧାୟକଙ୍କ ସମର୍ଥନ ହାସଲ କରିଛନ୍ତି।
ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍‌ (ଆଇୟୁଏମଏଲ୍) ଏବଂ ଭିଦୁଥାଲାଇ ଚିରୁଥାଇଗଲ୍ କାଚି (ଭିସିକେ) ସମର୍ଥନ ଘୋଷଣା କରିବା ପରେ ଟିଭିକେର ସଂଖ୍ୟା ଆହୁରି ମଜବୁତ ହୋଇଛି। ବର୍ତ୍ତମାନ ଟିଭିକେ ପାଖରେ ଦଳର ୧୦୭ ବିଧାୟକ ସହ କଂଗ୍ରେସର ୫, ସିପିଆଇ ଓ ସିପିଏମର ୨ ଲେଖାଏଁ, ଭିସିକେ ଏବଂ ଆଇୟୁଏମଏଲର ୨ ଲେଖାଏଁ ବିଧାୟକଙ୍କ ସମର୍ଥନ ରହିଛି।
ମେ ୪ରେ ଘୋଷିତ ନିର୍ବାଚନ ଫଳାଫଳରେ ଟିଭିକେ ସବୁଠାରୁ ବଡ଼ ଦଳ ଭାବେ ଉଭୟ ହୋଇଥିଲା। ଏହାପରେ ସରକାର ଗଠନ ପାଇଁ ବିଜୟ ବିଭିନ୍ନ ଦଳ ସହ ଆଲୋଚନା ଜାରି ରଖିଥିଲେ।
ସୂଚନା ଅନୁଯାୟୀ, ବିଜୟ ଖୁବଶୀଘ୍ର ରାଜ୍ୟପାଳ ଆର୍‌.ଭି. ଆର୍ଲେକରଙ୍କୁ ଭେଟି ସମର୍ଥନ ପତ୍ର ଦାଖଲ କରି ସରକାର ଗଠନ ପାଇଁ ଦାବି ଜଣାଇବେ। ଏହାପରେ ତାଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହେବାର ସମ୍ଭାବନା ରହିଛି।

Show More

Related Articles

Back to top button