Breaking PLUSମନୋରଞ୍ଜନସେଲିବ୍ରିଟି

ମା’ ବନିଲେ ସୋନମ କପୁର

ମୁମ୍ବାଇ: ମା’ ହେଲେ ବଲିଉଡ୍ ଅଭିନେତ୍ରୀ ସୋନମ କପୁର। ସୋନମ କପୁର ଆଜି ପୁତ୍ର ସନ୍ତାନ ଜନ୍ମ କରିଛନ୍ତି। ଅନେକ ଦିନରୁ ଗର୍ଭବତୀ ଥିବା ସୋନମ ଫ୍ୟାନ୍ସଙ୍କୁ ଜଣାଇଥିଲେ। ତେବେ ସୋନମ ଏବଂ ଆନନ୍ଦ ଆହୁଜାଙ୍କ ପିଲାଙ୍କୁ ଚାହିଁ ରହିଥିଲେ। ସୋନମ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ନିତୁ କପୁର ସୋସିଆଲ ମିଡିଆରେ ସେୟାର କରିଥିଲେ। ନିତୁ କୁପର ଇନଷ୍ଟାଗ୍ରାମ ଷ୍ଟୋରୀରେ ଅଜା ଅନିଲ କୁପର ଏବଂ ଆଇ ସୁନୀତା କପୁରଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ମେସେଜକୁ ସୋନମ ଏବଂ ଆନନ୍ଦ ସେୟାର କରିଥିଲେ। ମେସେଜରେ ଲେଖାଥିଲା, ବହୁତ ଖୁସି ଏବଂ ଭଗବାନଙ୍କୁ ଧନ୍ୟବାଦ। ସମସ୍ତ ଡାକ୍ତର ଏବଂ ନର୍ସଙ୍କୁ ମଧ୍ୟ ଧନ୍ୟବାଦ। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୋନମ୍‌ କଳା ରଙ୍ଗର ଡ୍ରେସ୍‌ ପିନ୍ଧି ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ସ୍ୱାମୀଙ୍କ କୋଳରେ ମୁଣ୍ଡ ରଖି ଶୋଇ ଏକ ସେଲ୍ଫି ନେଉଛନ୍ତି। ଫଟୋରେ ଅଭିନେତ୍ରୀ ବେବି ବମ୍ପ ଉପରେ ହାତ ରଖିଛନ୍ତି ଏବଂ ସ୍ମାଇଲ୍‌ କରିଛନ୍ତି। ସେପଟେ ଆନନ୍ଦ ମଧ୍ୟ ହସୁଥିବାର ନଜର ଆସିଛନ୍ତି। କ୍ୟାପସନରେ ସୋନମ୍‌ ନିଜ ପ୍ରଥମ ସନ୍ତାନକୁ ସ୍ୱାଗତ କରିବା ପାଇଁ ବେଶ୍‌ ଉତ୍ସାହ ଥିବା କଥା ପ୍ରକାଶ କରିଛନ୍ତି।

 

Show More

Related Articles

Back to top button