Breaking PLUSଦୁର୍ଘଟଣାମୁଖ୍ୟ ଖବର
ବଜ୍ରପାତରେ ଘର ଭୁଶୁଡି ମା,ପୁଅ ମୃତ

ମୁଜାଫରନଗର: ଘଡ଼ଘଡ଼ି ବଜ୍ରପାତ ଦାଉରୁ ରକ୍ଷା ପାଇବା ପାଇଁ ମଣିଷ ଯେଉଁ ଘରକୁ ସୁରକ୍ଷିତ ମଣେ ସେଇ ଘର ଉପରେ ପଡ଼ିଛି ମୃତ୍ୟୁର ଚଡ଼କ। ଆକାଶରୁ ଅକଷ୍ମାତ ଖସିଲା ମୃତ୍ୟୁ। ଆଉ ନିମିଷକ ମଧ୍ୟରେ ସବୁକିଛି ଉଜାଡ଼ିଦେଲା। ବଜ୍ରପାତ ଘଟି ଏକ ଘର ଭୁଶୁଡ଼ିପଡ଼ିବା ସହ ସେଇ ଘରେ ଥିବା ମାଓ ପୁଅଙ୍କ ମୃତ୍ୟୁ ଘଟିଛି।ଉତ୍ତରପ୍ରଦେଶର ମୁଜାଫରନଗରରେ ଏମିତି ଅଭାବନୀୟ ଘଟଣା ଘଟିଛି। ଏଥିରେ ଅଙ୍ଗୋରି ଦେବୀ ଏବଂ ତାଙ୍କ ପୁଅ ମୁନାଙ୍କ ମୃତ୍ୟୁ ଘଟିଛି। ଶନିବାର ରାତିରେ ମୁଜାଫର ନଗର ତୁଲେଡ଼ି ଗ୍ରାମରେ ଏହି ଘଟଣା ଘଟିଛି। ସବଡିଭିଜନାଲ ମାଜିଷ୍ଟ୍ରେଟ୍ ଅଭିଷେକ କୁମାର କହିଛନ୍ତି ଯେ, କ୍ଷୟକ୍ଷତିର ଆକଳନ ପାଇଁ ରାଜସ୍ୱ ଟିମ୍ ସେଠାକୁ ପଠାଯାଇଛି। ପ୍ରାକୃତିକ ବିପର୍ଯ୍ୟୟକାରଣରୁ ମୃତ୍ୟୁ ଘଟିଥିବାରୁ ସମ୍ପୃକ୍ତ ପରିବାରକୁ ଆର୍ଥିକ ସହାୟାତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।