ଓଡ଼ିଶା

ଘୁଞ୍ଚିଲା ଡିଏଲ୍‌ ଅବଧି

ଘୁଞ୍ଚିଲା ଡିଏଲ୍ ଅବଧି । ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଡ୍ରାଇଭିଂ ଲାଇସେନସ ଅବଧିକୁ ସେପ୍ଟେମ୍ବର ୩୦ ତାରିଖରୁ ଅକ୍ଟୋବର ୩୧ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ଫିଟନେସ, ପରମିଟ, ରେଜିଷ୍ଟ୍ରେସନ ସାର୍ଟିଫିକେଟ ଅବଧିକୁ ମଧ୍ୟ ୩୧ ତାରିଖ ଯାଏ ବଢାଇ ଦିଆଯାଇଛି । ତେବେ ଲର୍ଣ୍ଣିଂ ଲ‌ାଇସେନସଧାରୀ ଡିଏଲ ଟେଷ୍ଟ ପାଇଁ ନିଜର ନିକଟସ୍ଥ ଆରଟିଓରେ ସ୍ଲଟ୍ ନ ପାଇଲେ ସେମାନେ ଅନୁରୋଧପୂର୍ବକ ଆରଟିଓ ବଦଳାଇ ସ୍ଲଟ ବୁକିଂ କରିପାରିବେ । ଯେଉଁମାନେ ଡିଏଲ ଟେଷ୍ଟ ପାଇଁ ଫି ଦେଇଥିବେ ‌ସେମାନେ ଏ ସୁବିଧା ପାଇପାରିବେ ।

ସେହିଭଳି ଆସନ୍ତା ୧.୨.୨୦୨୦ ସୁଦ୍ଧା ସରୁଥିବା ଫିଟନେସକୁ ଆସନ୍ତା ଅକ୍ଟୋବର ୩୧ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଛି । ଆରସି ଗାଡି ପାଇଁ ମଧ୍ୟ ଏହି ବ‌ୈଧତାକୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଫେବ୍ରୁଆରି ୧,୨୦୨୦ରେ ସରୁଥିବା ଡିଏଲ ଅବଧିକୁ ମଧ୍ୟ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ସେହିଭଳି ୧୮.୩.୨୦୨୦ରେ ସରୁଥିବା ଲର୍ଣ୍ଣିଂ ଲାଇସେନ ଅବଧିକୁ ମଧ୍ୟ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ‌ମାଲବୁହା ଗାଡି ଓ ସ୍କୁଲ ବସ ଗୁଡିକର ପରିମିଟ ଅବଧିକୁ ମଧ୍ୟ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ସ୍ଥାୟୀ ପରିମିଟ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ ହୋଇଛି ।

Show More

Related Articles

Back to top button