Breaking PLUSଦେଶମୁଖ୍ୟ ଖବରରାଜନୀତି
ସଦାଚାର କମିଟି ନିକଟରେ ସାଂସଦ ମହୁଆ ମୈତ୍ର ହାଜର

ନୂଆଦିଲ୍ଲୀ : ଲୋକସଭା ସଦାଚାର କମିଟି ନିକଟରେ ଆଜି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ହାଜର ହୋଇଛନ୍ତି। ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ନେବା ଅଭିଯୋଗରେ ଅଭିଯୁକ୍ତ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଲୋକସଭା ସଦାଚାର କମିଟି ସମନ ଜାରି କରିଛି। ମହୁଆଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସୁପ୍ରିମକୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାଇ ପୂର୍ବରୁ ସଦାଚାର କମିଟି ନିକଟରେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇଛନ୍ତି। ସଂସଦରେ ପ୍ରଶ୍ନ ପଚାରିବା ଲାଗି ମହୁଆ, ଶିଳ୍ପପତି ଦର୍ଶନ ହୀରାନନ୍ଦନୀଙ୍କଠାରୁ ଲାଞ୍ଚ ନେଇଥିବା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଅକ୍ଟୋବର ୧୫ରେ ଅଭିଯୋଗ ହୋଇଥିଲା।