
ମେୟରଙ୍କୁ ସାଂସଦଙ୍କ ଚିଠି । ଅଳିଆ ବିବାଦକୁ ନେଇ ଭୁବନେଶ୍ୱର ମେୟରଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱରରେ କୁଢକୁଢ ଅଳିଆ ଗଦା ହୋଇ ରହିଛି । ଏହି କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ରାଜଧାନିବାସୀ । ଆସନ୍ତା ୩ରୁ ୪ ଦିନ ଭିତରେ ସମସ୍ୟାର ସମାଧାନ ହେବା ଆଶା କରୁଛି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠିରେ ଲେଖିଛନ୍ତି ।
ଚିଠିରେ ଉଲ୍ଲେଖ ରହିଛି ଯେ, ଭୁବନେଶ୍ୱରକୁ ସୁନ୍ଦର କରି ଗଢିବା ପାଇଁ ହାତକୁ ହାତ ମିଶାଇ କାମ କରିବା । ଭୁବନେଶ୍ୱର ସାଂସଦ ଭାବେ ସବୁ ପ୍ରକାର ସହଯୋଗ ଦେବାକୁ ମୁଁ ପ୍ରସ୍ତୁତ ଅଛି । ୧୫ଦିନ ବିତିଯାଇଥିଲେ ମଧ୍ୟ ଭୁବନେଶ୍ୱର ସ୍ୱଚ୍ଛତାରେ କୌଣସି ଉନ୍ନତି ହୋଇ ନାହିଁ । ମହାନଗର ସବୁଆଡ଼େ ଗଦାଗଦା ଅଳିଆ ପଡ଼ି ରହିଛି ବୋଲି ଅପରାଜିତା ଚିଠିରେ ଉଲ୍ଲେଖ କରିଛନ୍ତି ।
ସେହିପରି ସମସ୍ୟା ସମାଧାନ ନହେଲେ ସେପ୍ଟେମ୍ବର ୨ରେ ଆପଣଙ୍କୁ ଭେଟିବି ବୋଲି ଲେଖିଛନ୍ତି