Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ବିନା କୋଭିଡ କଟକଣାରେ ହେବ ପୌର ନିର୍ବାଚନ

ରାଜ୍ୟ ନିର୍ବାଚନ କମିଶନର ଦେଲେ ଏହି ସୂଚନା

ପଞ୍ଚାୟତ ନିର୍ବାଚନ ପରେ ସରଗରମ ହୋଇପଡିଛି ପୌର ନିର୍ବାଚନ ।  ତେବେ ଏହାରି ମଧ୍ୟରେ ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇ କହିଛନ୍ତି ଯେ , ଚଳିତ ପୌର ନିର୍ବାଚନ  କୋଭିଡ କଟକଣା ମୁକ୍ତ ହେବ । ରାଜ୍ୟରେ କରୋନା ଗ୍ରାଫ୍ ରେ କ୍ରମଶଃ ହ୍ରାସ ଯୋଗୁଁ  ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ପରେ ସ୍ଥିତି ଦେଖି ନିୟମ ପରିବର୍ତ୍ତନ ହୋଇପାରେ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।

ଏଥର ୧୮୯୯ଟି ୱାର୍ଡରେ ହେବ ନିର୍ବାଚନ । ୪୪୭୫ ବୁଥରେ ୪୨ଲକ୍ଷ ଭୋଟର ଥିବାବେଳେ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଥିଲା । ୯ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ। ୧୪ ମାର୍ଚ୍ଚ ଅପରାହ୍ନ ୩ଟା ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ନିର୍ବାଚନ ଇଭିଏମରେ କରାଯିବ। ପ୍ରତି ବୁଥରେ ଦୁଇଟି ଇଭିଏମ ରହିବ। ଗୋଟିଏ କାଉନସିଲର ବା କର୍ପୋରେଟର ପଦ ପାଇଁ ଏବଂ ଅନ୍ୟଟି ମେୟର ବା ପୋରାଧ୍ୟକ୍ଷ ପଦ ପାଇଁ ରହିବ। ଇଭିଏମ ରହିବା ପାଇଁ ୩ଟି ଷ୍ଟ୍ରଙ୍ଗ ରୁମ ରହିବ। ସିସିଟିଭି ସର୍ଭିଲାନ୍ସ ରହିବ।

ସେହିପରି ,ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ଓ ୪ ଜଣ ପୁଲିଂ ଅଫିସର ରହିବେ। ପ୍ରିଜାଇଡିଂ ଅଫିସର ଓ ପୁଲିଂ ଅଫିସର ବାଲାଟ ପେପରରେ ଭୋଟ ଦେଇପାରିବେ। ସେମାନେ ଯେଉଁଠୁ ନିର୍ବାଚନ କାର୍ଯ୍ୟରେ ଯିବେ ତା ପୂର୍ବରୁ ବାଲାଟ ପେପର ଭୋଟ୍‌ ଦେବେ। ଏଥିପାଇଁ ତାଙ୍କୁ ପୂର୍ବରୁ ଆବେଦନ କରିବାକୁ ପଡିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର।

Show More

Related Articles

Back to top button