Breaking PLUSଦେଶମୁଖ୍ୟ ଖବରରାଜନୀତି
ଛତିଶଗଡରେ ହିଂସା, ବିଜେପି ନେତାଙ୍କୁ ହତ୍ୟା

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟରେ ଆସନ୍ତା ୭ ତାରିଖରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ମାଓ ହିଂସା ଦେଖିବାକୁ ମିଳିଛି। ନିର୍ବାଚନ ପ୍ରଚାର ସଭାରେ ଜଣେ ବିଜେପି ନେତାଙ୍କୁ ମାଓବାଦୀମାନେ ପିଟି ପିଟି ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ବିଜେପି ଦଳର ନାରାୟଣପୁର ଜିଲ୍ଲା ଉପାଧ୍ୟକ୍ଷ ରତନ ଦୁବେ।
ସୂଚନା ଅନୁଯାୟୀ, ରତନ ଦୁବେ ନିର୍ବାଚନ ପ୍ରଚାର ପାଇଁ ନାରାୟଣପୁର ଜିଲ୍ଲାର ଘୋଡେଇ ଓ କୋଶଲାନର ଅଞ୍ଚଳକୁ ଯାଇଥିଲେ। ସେହି ପ୍ରଚାର ସଭାକୁ ଗ୍ରାମବାସୀ ବେଶରେ ମାଓବାଦୀମାନେ ଆସିଥିବା ବେଳେ କେହି ଜାଣିପାରିନଥିଲେ। ରତନ ପ୍ରଚାର କରିବା ବେଳେ ମାଓବାଦୀମାନେ ରତନଙ୍କ ଉପରକୁ ଆକ୍ରମଣ କରିଥିଲେ। ରତନଙ୍କ ମୁଣ୍ଡକୁ ବାରମ୍ବାର ମାଡ ମାରି ହତ୍ୟା କରିଥିଲେ। ସେଠାରୁ ମାଓବାଦୀମାନେ ଫୋରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।