
ନୂଆଦିଲ୍ଲୀ: ସୋରିଷ ତେଲ ଦରରେ ୪୦ଟଙ୍କା ହ୍ରାସ । ଗ୍ରାହକମାନଙ୍କ ପାଇଁ ମହଙ୍ଗାମାଡ ମଧ୍ୟରେ ଏହା ଏକ ନିଶ୍ଚିତ ଆଶ୍ବସ୍ତିକର ଖବର ଅଟେ । ଗତ ଶନିବାର ଦିନ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଦର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ବର୍ତ୍ତମାନ ଘଣା ସୋରିଷ ତେଲ ଦରରେ ମଧ୍ୟ ଦର ହ୍ରାସ କରିଛନ୍ତି । ପେଟ୍ରୋଲ ଉପରେ ଲିଟର ପିଛା ୮ ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୬ ଟଙ୍କା ଉତ୍ପାଦନ ଶୁଳ୍କ ହ୍ରାସ କରାଯାଇଛି , ସେହିପରି ଘଣା ସୋରିଷ ତେଲ ଦର ପ୍ରାୟ ୪୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି ।
ଇଣ୍ଡୋନେସିଆରୁ ରପ୍ତାନି ଆରମ୍ଭ ହେବାରୁ ଭାରତୀୟ ବଜାରରେ ଘଣା ସୋରିଷ ତେଲ ଦର ହ୍ରାସ ହେବା ସହ ଲୋକେ ଟିକେ ଆଶ୍ବସ୍ତ ହୋଇଛନ୍ତି। ଗତ ସପ୍ତାହ ତୁଳନାରେ ସୋରିଷ ମଞ୍ଜି ମୂଲ୍ୟ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା କମ ହୋଇଛି। ମୂଲ୍ୟ ହ୍ରାସ ସହ ଏବେ ସୋରିଷ ମଞ୍ଜି ମୂଲ୍ୟ କ୍ୱିଣ୍ଟାଲ ପିଛା ୭,୫୧୫-୭,୫୬୫ ଟଙ୍କାରେ ପହଞ୍ଚିଛି। ଏହା ସହ ସୋରିଷ ଦାଦ୍ରି ତେଲ କ୍ୱିଣ୍ଟାଲ ପିଛା ୨୫୦ ଟଙ୍କା କମ ହୋଇ ୧୫,୦୫୦ଟଙ୍କାକୁ ହ୍ରାସ ପାଇଛି ।
ଅନ୍ୟପକ୍ଷରେ, ଘଣା ସୋରିଷ ତେଲ ଦର ୪୦ ଟଙ୍କା ହ୍ରାସ ପାଇ ଟିଣ ପିଛା ୨,୪୦୫-୨,୫୧୫ ଟଙ୍କା (୧୫କିଲୋଗ୍ରାମ) ରେ ପହଞ୍ଚିଛି । ଆଗକୁ ଦରରେ ଆହୁରି ହ୍ରାସ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।