Breaking PLUSଦେଶ ବିଦେଶମୁଖ୍ୟ ଖବର

‘ମୋ ଯବାନଙ୍କ ପାଖରେ ଏପରି ଅସ୍ତ୍ର ଥିବ, ଯାହା ଶତ୍ରୁ କେବେ ଚିନ୍ତା କରିପାରିବେ ନାହିଁ’

ସଂସଦରେ ସୂଚନା ଦେଲେ କେନ୍ଦ୍ର ସରକାରପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କହିଛନ୍ତି, ଦେଶରେ ନୂଆ ପ୍ରତିରକ୍ଷା ଇକୋସିଷ୍ଟମ ବିକଶିତ ହେଉଛି ।

ପ୍ରତିରକ୍ଷା କ୍ଷେତ୍ରରେ ଆମଦାନୀ ହ୍ରାସ ପାଇଛି, ରପ୍ତାନୀ ବୃଦ୍ଧି ପାଉଛି । ନୂଆଦିଲ୍ଲୀରେ ନୌସେନାର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି,’ଏକ ଛୋଟିଆ ଜିନିଷ ପାଇଁ ମଧ୍ୟ ବିଦେଶ ଉପରେ ନିର୍ଭର କରିବା ପରି ଏକ ଅଭ୍ୟାସକୁ ଆମେ ଆପଣାଇଛୁ । ନିଶା ଅଭ୍ୟାସ ପରି ଆମକୁ ବିଦେଶରୁ ଜିନିଷ ଆମଦାନୀର ଅଭ୍ୟାସ ହୋଇଯାଇଛି । ଏହି ଚିନ୍ତାଧାରାକୁ ପରିବର୍ତ୍ତନ କରିବା ଉପରେ ୨୦୧୪ ପରଠୁ ଆମେ ମିଶନ ମୋଡରେ କାମ କରିବା ଆରମ୍ଭ କରିଛୁ । ଅତୀତର ପ୍ରାୟସରୁ ଶିକ୍ଷା ନେଇ ‘ସବକା ପ୍ରୟାସ’ ଜରିଆରେ ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଇକୋସିଷ୍ଟମ ତିଆରି କରିବାକୁ କାମ ଜାରି ରହିଛି’। ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏକବିଂଶ ଶତାବ୍ଦୀର ଭାରତ ପାଇଁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଅତ୍ୟନ୍ତ ଜରୁରୀ । ଆସନ୍ତା ବର୍ଷ ଅଗଷ୍ଟ ୧୫ ସୁଦ୍ଧା ନୌସେନା ପାଇଁ ୭୫ଟି ସ୍ୱଦେଶୀ ଜାହାଜ ନିର୍ମାଣ କରିବା ଏହି ଦିଗରେ ପ୍ରଥମ ପଦକ୍ଷେପ । ଭାରତ ନିଜ ସ୍ୱାଧୀନତାର ଶତ ବାର୍ଷିକ ପାଳନ କରିବା ବେଳେ ଏହାର ପ୍ରତିରକ୍ଷା କ୍ଷେତ୍ର ଯେପରି ଅପ୍ରତ୍ୟାଶିତ ଶିଖର ଛୁଇଁଥିବ ସେହି ଲକ୍ଷ୍ୟ ନେଇ କାମ କରିବା ଦରକାର’।

ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଉପରେ ମଧ୍ୟ ଅଧିକ ଜୋର ଦେଇଛନ୍ତି । ଭବିଷ୍ୟତରେ ଦେଶର ଯବାନଙ୍କ ହାତରେ କେଉଁ ପ୍ରକାର ଅସ୍ତ୍ର ରହିବା ଦରକାର ତାହ ମଧ୍ୟ ସ୍ପଷ୍ଟ କରିଛନ୍ତି । ପିଏମ କହିଛନ୍ତି, ‘ଆମ ପାଖରେ ଦକ୍ଷତା ଅଛି। କିନ୍ତୁ ଏହା ବୁଦ୍ଧିମାନ ନୁହେଁ, ଆମ ସୈନିକଙ୍କୁ ଯୁଦ୍ଧ କ୍ଷେତ୍ରକୁ ସେହି ସମାନ ୧୦ଟି ଅସ୍ତ୍ର ଧରାଇ ଛାଡିବି ଯାହା ବିଶ୍ୱର ଅନ୍ୟ ସୈନ୍ୟ ପାଖରେ ଅଛି । ମୋ ଯବାନଙ୍କ ପାଖରେ ଏପରି ଅସ୍ତ୍ର ରହିବ ଯାହା ଶତ୍ରୁ ଚିନ୍ତା କରି ପାରିବ ନାହିଁ’।ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଗତ ୮ ବର୍ଷରେ କେନ୍ଦ୍ର ସରକାର ପ୍ରତିରକ୍ଷା ବଜେଟକୁ ବହୁ ଗୁଣା କରିଛନ୍ତି । ଭାରତରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପାଇଁ ଏକ ଇକୋସିଷ୍ଟମ ଯେପରି ବିକଶିତ କରାଯିବ ତାହା ସୁନିଶ୍ଚିତ କରାଯାଉଛି’ ।

Show More

Related Articles

Back to top button