ଭୁବନେଶ୍ବର : ଚନ୍ଦକାରେ ଚାଲିଗଲା ନନ୍ଦର ଜୀବନ । ଆଜି ଭୋର୍ ସମୟରେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡା ଅଭୟାରଣ୍ୟରେ ନନ୍ଦ ହାତୀର ମୃତ୍ୟୁ ହୋଇଛି। ଗତ କିଛିଦିନ ହେବ ହାତୀଟି ଅସୁସ୍ଥ ଥିଲା । ତାକ୍ତରୀ ଟିମ୍ ଆସି ଲଗାତର ଭାବେ ଚିକିତ୍ସା କରୁଥିୀଲେ । କିନ୍ତୁ ଆଜି ସକାଳେ ହାତୀର ମୃତ୍ୟୁ ହୋଇଛି ।
ସୂଚନାମୁତାବକ, ୨୦ ଦିନ ତଳେ ନନ୍ଦକୁ କୁମାରଖୁଣ୍ଟି ଅଞ୍ଚଳରେ ଟ୍ରଙ୍କୁଲାଇଜ କରାଯାଇଥିଲା। ତାପର ଠାରୁ ହାତୀଟି ଅସୁସ୍ଥ ହୋଇ ପଡିଥିଲା । ରବିବାର ଭୋର ୪ଟାରେ ହାତୀଟି ପଡିଯିବାରୁ ତାକୁ ସାଲାଇନ ଲଗାଯାଇଥିଲା । ଅସୁସ୍ଥତା ହେତୁ ଖାଇବା ପିଇବା ଛାଡି ଦେଇଥିଲା ନନ୍ଦ। ଶେଷରେ ସୋମବାର ଦିନ ଭୋର ସମୟରେ ହାତୀଟିର ମୃତ୍ୟୁ ହୋଇଛି ।
ଅସୁସ୍ଥତାର କାରଣ ଏଯାଏଁ ସ୍ପଷ୍ଚ ହୋଇପାରିନାହିଁ । ତେବେ ଶବ ବ୍ୟଚ୍ଛେଦ ରିପୋର୍ଟ ପରେ ହିଁ ମୃତ୍ୟର କାରଣ ଜଣା ପଡିବ ବୋଲି କୁହାଯାଉଛି ।