Breaking PLUSଓଡ଼ିଶାମୁଖ୍ୟ ଖବର

ନିଆଁରେ ଘିଅ ପକେଇଲା ଭଳି ସରକାର ପଦକ୍ଷେପ ନେଇଛନ୍ତି- ନରସିଂହ ମିଶ୍ର

ଭୁବନେଶ୍ବର:  ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଆଇନ ଅନୁସାରେ ବିଧାନସଭା ଭିତରକୁ ଯାଇ ନ ପାରେ, କିନ୍ତୁ ବିଧାନସଭା ଭିତରକୁ ଜଣେ ପୂର୍ବତନ ବିଧାୟକ ଯାଇପାରିବ। ପୁଲିସ ବାଚସ୍ପତିଙ୍କ ବିନା ଅନୁମତିରେ ବିଧାନସଭା ଭିତରକୁ ଯାଇ ପାରିବେ ନାହିଁ ବୋଲି କହି ଆମକୁ ଭିତରକୁ ଛାଡ଼ିଲା ନାହିଁ।ବାଚସ୍ପତିଙ୍କ ସହ ଫୋନ ଯୋଗେ କଥା ହେବା ପାଇଁ ଚେଷ୍ଟା କରିଥିଲି, ହେଲେ ସେ ଫୋନ ଉଠାଇଲେ ନାହିଁ। ଗୃହ ଭିତରେ ଆମ ବିଧାୟକଙ୍କୁ ଆକ୍ରମଣର ଖବର ଆସିଥିଲା। ଏକଛତ୍ରବାଦ ଶାସନ ଚାଲିଛି। ଗଣତନ୍ତ୍ରର ହତ୍ୟା କରାଯାଇଛି। କଂଗ୍ରେସ ଦଳ ଏହାକୁ ନିନ୍ଦା କରୁଛି। ମହିଳା ନିର୍ଯାତନାକୁ ନେଇ ନା ଗୃହ କମିଟି ଗଠନ କରାଯାଉଛି ନା ଆଲୋଚନା ହେଉଛି। ନିଆଁରେ ଘିଅ ପକେଇଲା ଭଳି ସରକାର ପଦକ୍ଷେପ ନେଇଛନ୍ତି। ଲୋକେ ଆହୁରି ଉତ୍ତେଜିତ ହେବେ। ସାଧାରଣ ଲୋକ ଏହାର ଜବାବ ଦେବେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button