ଅପରାଧଆଇନ କାନୁନଓଡ଼ିଶାସ୍ୱତନ୍ତ୍ର

ନୃସିଂହ ଲକ୍ଷ୍ମୀନାରାୟଣ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍

ନୃସିଂହ ଲକ୍ଷ୍ମୀନାରାୟଣ ମନ୍ଦିରରୁ ତାଲା ଭାଙ୍ଗି ଲୁଟ୍ । ବାଲେଶ୍ୱର ଜିଲ୍ଲା ସୋର ଥାନା ସାଦମାପୁର ଗାଁର ନୃସିଂହ ଲକ୍ଷ୍ମୀନାରାୟଣ ମନ୍ଦିରରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ । ଘଟଣାକୁ ନେଇ ପୋଲିସର ତଦନ୍ତ ଆରମ୍ଭ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ନୃସିଂହ ଲକ୍ଷ୍ମୀନାରାୟଣ ମନ୍ଦିରରୁ ତାଲା ଭାଙ୍ଗି ମନ୍ଦିରରେ ପଶି ୮ଟି ସୁନା ଓ ରୁପା ମୁକୁଟ ଚୋରି କରିଛନ୍ତି ଦୁର୍ବୃତ୍ତ । ଏହି ଅଳଙ୍କାରର ଆନୁମାଲିକ ମୂଲ୍ୟ ରହିଛି ୨ ରୁ ୩ ଲକ୍ଷ ଟଙ୍କା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଯୋଗ୍ୟ, ଗତ କିଛିମାସ ତଳେ ମଧ୍ୟ ଏହି ମନ୍ଦିରରେ ଚୋରୀ ହୋଇଥିଲା ।

Show More

Related Articles

Back to top button