Breaking PLUSଦେଶ ବିଦେଶମୁଖ୍ୟ ଖବର
ଖୁସି ଖବର, ଦେଶରେ ବଢୁଛି କରୋନା ସୁସ୍ଥତା ହାର
କରୋନା ଭାଇରସ ନେଇ ଭାରତୀୟଙ୍କୁ ଏକ ଭଲ ଖବର ମିଳିଛି । କେନ୍ଦ୍ର ସରକାରଙ୍କ ମହତ ଉଦେଶ୍ୟ ଯୋଗୁଁ ଭାରତରେ ସୁସ୍ଥତା ହାର ବଢ଼ିବାରେ ଲାଗିଛି ।

କରୋନା ଭାଇରସ ନେଇ ଭାରତୀୟଙ୍କୁ ଏକ ଭଲ ଖବର ମିଳିଛି । କେନ୍ଦ୍ର ସରକାରଙ୍କ ମହତ ଉଦେଶ୍ୟ ଯୋଗୁଁ ଭାରତରେ ସୁସ୍ଥତା ହାର ବଢ଼ିବାରେ ଲାଗିଛି । ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକର ତୁଳନାରେ ଭାରତରେ ସୁସ୍ଥତା ହାର ଭଳ ରହିଛି । କରୋନା ଭାଇରସ ଲାଗି ଆମେରିକା, ବାଜ୍ରିଲ, ରୁଷିଆ ତୁଳନାରେ ଭାରତରେ ସ୍ଥିତି ଭଲ ରହିଛି ।
ବିଗତ ୧୧ ଦିନ ମଧ୍ୟରେ କରୋନା ଭାଇରସ ମହାମାରୀରୁ ୧୦ ଲକ୍ଷ ଲୋକ ଆରୋଗ୍ୟ ଲାଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ଭାରତରେ କରୋନାରୁ ୫୦ ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି ।