Breaking PLUSଦେଶମୁଖ୍ୟ ଖବର

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪ ଘୋଷଣା

ନୂଆଦିଲ୍ଲୀ- ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୪ ଘୋଷଣା ହୋଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିବାବେଳେ ଚଳିତ ବର୍ଷ ଶ୍ରେଷ୍ଠ ଅଭିନେତା ଭାବେ ରିଷବ ଶେଟ୍ଟୀଙ୍କ ନାମ ଘୋଷଣା କରାଯାଇଛି। ଚର୍ଚ୍ଚିତ ଚଳଚ୍ଚିତ୍ର ‘କାନ୍ତାରା’ ପାଇଁ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ। ଅପରପକ୍ଷେ ନିତ୍ୟା ମେନନ୍‌ ଓ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି। ‘ତିରୁଚିତ୍ରାମ୍ବଲମ’ ପାଇଁ ନିତ୍ୟା ଓ ‘କଚ୍ଛ ଏକ୍ସପ୍ରେସ୍‌’ ପାଇଁ ମାନସୀ ପାରେଖଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେହିପରି ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି। ଚଳଚ୍ଚିତ୍ରର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ।

Show More

Related Articles

Back to top button