ଜାତୀୟ ବିଜ୍ଞାନ ଦିବସ
ଯେଉଁ ବୈଜ୍ଞାନିକ ମାନେ ନିଜ ନିଜର କ୍ରୁତିତ୍ଵ୍ ପାଇଁ ବିଶ୍ୱ ବନ୍ଦିତ୍ ହୋଇ ପରିଛନ୍ତି ସେଇ ମାନଙ୍କ ମଧ୍ୟରେ ସାର ସି ଭି ରମଣ ,ସତ୍ୟେନ୍ଦ୍ର ନାଥ ବୋଷ,ମେଘ ନାଦ୍ ସାହା,ପ୍ରଫୁଲ ଚନ୍ଦ୍ର ରାୟ୍ ଓ ଜଗଦୀଶ ଚନ୍ଦ୍ର ବୋଷ ଆଦି ପ୍ରଧାନ।କିନ୍ତୁ ଏଇ ମାନଙ୍କ ମଧ୍ୟରେ ସି ଭି ରମଣ ଓ ଚନ୍ଦ୍ର ଶେଖର ଙ୍କ ସ୍ଥାନ ସ୍ୱତନ୍ତ୍ର ଓ ଅଦ୍ଵିତିୟ୍।ଯେଉଁ ଥି ପାଇଁ ସି ଭି ରମଣ ଜଣେ ଭାରତୀୟ ହୋଇ ମଧ୍ୟ ବ୍ରିଟିଶ ସରକାର ଙ୍କ ଦ୍ୱାରା ” ସାର” ଉପାଧି ରେ ଭୁସିତ୍ ହୋଇଥିଲେ।
ପଦାର୍ଥ ବିଜ୍ଞାନ ପାଇଁ ସେ ୧୯୩୪ ମସିହା ରେ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଥିଲେ।ତା ପୁଣି ତାଙ୍କ୍ ଦ୍ୱାରା ନିର୍ମିତ୍ ଏକ ସରଳ ଓ କମ ଖର୍ଚ୍ଚ ରେ ନିର୍ମିତ୍ ଏକ ବୈଜ୍ଞାନିକ ଉପକରନ୍ ଯାହାର ଦାମ ମାତ୍ର୍ ୨୦୦ ଟଙ୍କା ଥିଲା। ବିଶ୍ୱ ବିଖ୍ୟାତ ପଦାର୍ଥ ବିଜ୍ଞାନ ବିସାରଦ୍ ଆଇନ ସ୍ତାଇନ୍ ଙ୍କ ମତରେ ” ଆଧୁନିକ ବିଜ୍ଞାନ ଇତିହାସ ରେ ରମଣ ହେଉଛନ୍ତି ଜଣେ ଉଜ୍ଜଳ ଜ୍ୟୋତିସ୍କ୍ ।ତାଙ୍କର କୃତି ଓ ପ୍ରତିଭା ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ସେ ବହୁମୁଖି ପ୍ରତିଭା ର ଅଧିକାରୀ। ରମଣ ସିଦ୍ଧାନ୍ତ୍ ତଥା ରମଣ ପ୍ରଭାବ ବାସ୍ତବ ରେ ପଦାର୍ଥ ବିଜ୍ଞାନ ପ୍ରତି (କ୍ଷେତ୍ର ) ଏକ ବଳିଷ୍ଠ ପଦକ୍ଷେପ।”
୧୮୮୮ ମସିହା ନଭେମ୍ବର୍ ମାସ ୭ ତାରିଖ ଦିନ ସି ଭି ରମଣ ତାମିଲ ନାଦୁ ର ତ୍ରିଚିନପଲ୍ଲି ନିକଟସ୍ଥ ଆୟାନାପତା ଗାଁ ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଙ୍କ ନାମ ଚନ୍ଦ୍ର ଶେଖର ଆୟାର୍ ଓ ମାତାଙ୍କ୍ ନାମ ପାର୍ବତୀ ଆମ୍ମା।
୧୯୨୮ ମସିହା ଫେବ୍ରୁଆରି ୨୮ ତାରିଖ – ଥିଲା ବାସ୍ତବରେ ଭାରତ ବର୍ଷ ତଥା ବିଶ୍ୱ ପାଇଁ ଏକ ଅତି ଶୁଭ ଓ ମଙ୍ଗଳ ଦିବସ। ସେଇ ଦିନ ସାରା ବିଶ୍ୱ ଉପଲବ୍ଧି କରିଥିଲା ” ରମଣ ଇଫେକ୍ତ୍ ” ବା ରମଣ ପ୍ରଭାବ ର ଉପଦେୟତା ।ସମସ୍ତେ ଏହାର ଆବଶ୍ୟକତା ନେଇ ଅବଗତ ହେଲେ। ଏହି ଦିନ ର୍ ମହତ୍ଵ୍ ଓ ଆବଶ୍ୟକତା କୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ୧୯୮୭ ମସିହା ଠାରୁ ଫେବ୍ରୁୟାରି ୨୮ ତାରିଖ ଦିନଟି କୁ ” ଜାତୀୟ ବିଜ୍ଞାନ ଦିବସ ” ରୂପେ ପାଳନ କରି ଆସୁଚି।ସମଗ୍ର୍ ବିଶ୍ୱ ମଧ୍ୟ ଏହାକୁ ସ୍ୱୀକୃତି ପ୍ରଦାନ କରିଛି।ବିଜ୍ଞାନ ଜଗତ ଜଗତ ପାଇଁ ଏହା ଅତ୍ୟନ୍ତ ଶୁଭଙ୍କର ଓ ସ୍ୱାଗତ ଯୋଗ୍ୟ। ତାଙ୍କର୍ କ୍ରୁତିତ୍ଵ୍ ପାଇଁ ୧୯୪୯ ରେ ବିଜ୍ଞାନ ସମ୍ମାନ ର ସ୍ମାରକି ସ୍ୱରୂପ ଭାରତ ସରକାର ପଦାର୍ଥ ବିଜ୍ଞାନ ର ” ଜାତୀୟ ପ୍ରଫେସର” ରୂପେ ସମ୍ମାନିତ କରିଥିଲେ।
୧୯୫୪ ମସିହା ରେ ଭାରତ ବର୍ଷ ର ବେ- ସାମରିକ୍ ସମ୍ମାନ ” ଭାରତ ରତ୍ନ” ତାଙ୍କୁ ପ୍ରଦାନ କର ଯାଇଥିଲା। ସୋଭିଏତ୍ ରୁଷ ର ସର୍ବ ଶ୍ରେଷ୍ଠ ଲେନିନ୍ ଶାନ୍ତି ପୁରସ୍କାର ୧୯୫୮ ସେ ଲାଭ କରିଥିଲେ। ପରିବାର ର ଆର୍ଥିକ ସ୍ଥିତି ସମ୍ଭାଳିବା ପାଇଁ ତାଙ୍କୁ ପ୍ରଥମେ ଚାକିରି କରିବାକୁ ପଡିଥିଲା। କିନ୍ତୁ ଯା’ର୍ ଗବେଷଣା ରେ ମନ ,ତାଙ୍କୁ ଅଟକ ରଖିବ କିଏ? ଏଣୁ ସେ ଅଫିସ ରୁ ଫେରି ” ଜାତୀୟ ବିଜ୍ଞାନ କଂଗ୍ରେସ ପ୍ରତିଷ୍ଠା ନ୍” ନାମକ୍ ଏକ ସଂ ସ୍ଥା ମାଲିକ ଙ୍କ କଥା ଭାଷା କରି ,ସେଠିକୁ ଯାଇ ଗବେଷଣା ରେ ମନ ନିବେସ କରୁଥିଲେ। ତାଙ୍କର ଏକ ସନ୍ଦର୍ଭ୍ ଲଣ୍ଡନ ସ୍ଥିତ ଗବେସକ୍ ଲର୍ଦ୍ ର୍ୟାଲି ଙ୍କ ନିକଟକୁ ପଠା ଜାଇଥିଲ ଏବଂ ଉଚ୍ଚ ପ୍ରସନ୍ସିତ୍ ମଧ୍ୟ ହୋଇଥିଲା। ଲର୍ଦ୍ ରାଲି ସେଠାକାର ରୟଲ୍ ସୋସୈତି (ବିଜ୍ଞାନ) ର ସଭାପତି ଥିଲେ। ରମଣ ଇଫେକ୍ତ୍ କଣ? ପତ୍ର୍ ସବୁଜ ଦିଶେ କାହିଁକି,ଆକାଶ ନୀଳ ଦିଶେ କାହିଁକି? ଏ ସବୁର ଉତ୍ତର ଆମେ ଫଟା ଫଟ ଗୋଟିଏ ଦୁଇଟି ଶବ୍ଦ କିମ୍ବା ଗୋଟିଏ ବାକ୍ୟ୍ ରେ ଦେଇ ଥାଉ। କିନ୍ତୁ ରମଣ ସାର ଏହାର ଘୋର ବିରୋଧ କଲେ। ସେ ଚାହୁନ୍ନଥିଲେ କୌଣସି ପ୍ରଶ୍ନ ର ଉତ୍ତର କ୍ଷୁଦ୍ର ହେଉ। ଜାହାକି ନିହିତ୍ ଉତ୍ତର ପ୍ରତି ବିପଦ ହୋଇପାରେ। ସେ କହୁଥିଲେ ପ୍ରଶ୍ନ ପଚରା ଯାଉ,ଅସରନ୍ତି ପ୍ରଶ୍ନ ,ନିରନ୍ତର ପ୍ରଶ୍ନ ।ଦେଖିବେ ଏଇ ଅସରନ୍ତି ପ୍ରଶ୍ନ ହିଁ ଅନେସ୍ଵନ ର ପଥ୍ହ ଉନ୍ମୁକ୍ତ କରିବ।
ଏଇ ତତ୍ୱ କି ଭିତ୍ତି କରି ସେ ଯେଉଁ ଯନ୍ତ୍ର ର ଉଦ୍ଭାବନ୍ କରିଥିଲେ,ତାରି ସାହାଯ୍ୟ ରେ ଗୋପନ ରେ ନେଉଥିବା ନିଶା ତଥା ମାଦକ୍ ଦ୍ରବ୍ୟ ,ବିସ୍ଫୋରକ୍ ସାମଗ୍ରୀ ,ମାରାତ୍ମକ ରସୟନ୍ ପଦାର୍ଥ ,ବିଷାକ୍ତ ଗ୍ୟାସ ଆଦିର୍ ଚିହ୍ନତ୍ କରାଯାଇ ଧରା ଯାଇ ପାରୁଛି। ଏଇ ଯନ୍ତ୍ର ଟି ର ନାଁ ରଖା ଯାଇଛି ” ରମଣ ସ୍କନର୍”।ଏହାର ଓଜନ ମାତ୍ର ୩୫୦ ଗ୍ରାମ। ଯାହାକି ମେଟ୍ରୋ ସିଟି ମାନଙ୍କ ରେ ଯେଉଁମାନେ ମାଦକ୍ ଦ୍ରବ୍ୟ ସେବନ କରି ଯାନ ବାହାନ୍ ଚଲଉଥିବେ ପୋଲିସ ଏହି ରମଣ ସ୍କନର୍ ସାହାଯ୍ୟ ରେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥାଏ। ସ୍କେନର୍ ଟି କୁ ବ୍ୟବହାର କରି ଆଲୋକ ନିଖ୍ୟେପ୍ କଲେ ,ଆଲୋକ ର ଏକ କ୍ଷୁଦ୍ର ଅଂଶ ସେଇ ବସ୍ତୁ ର ଅନୁ ସହିତ ସଂଘର୍ଷ କରି ଫେରିଆସେ। ଫେରିଲା ବେଳେ ବିଛୁରିତ୍ ଆଲୋକ ରଶ୍ମି ତା ସହିତ ଥିବା ବସ୍ତୁ ଟି ଯେଉଁ ନିର୍ଦିଷ୍ଟ ଅନୁ ରେ ଗଢ଼ା ତା ର୍ ସରଞ୍ଚନା ବିଷୟ ରେ ସବିସେସ୍ ତଥ୍ୟ ନେଇ ଆସିଥାଏ।
ଯାହାକି ରମଣ ଇଫେକ୍ତ୍ ର ମୂଳ ତତ୍ୱ। ଆଙ୍ଗୁଳି ଛ ଆପ ଯେପରି ମଣିଷ କୁ ଚିହ୍ନତ୍ କରିଥାଏ,ସେହି ପରି ରମଣ ଛ ଆପ ମଧ୍ୟ ବସ୍ତୁ କୁ ଚିହ୍ନତ୍ କରିଥାଏ। ଏପରିକି ଦୁଃ ସାଧ୍ୟ ରୋଗ ତଥା କର୍କଟ ରୋଗ ର ବିଜାନୁ କୁ ବି ଚିହ୍ନତ୍ କରିଥାଏ। ଜଗତ ବାସି ଙ୍କ ଓ ବିଜ୍ଞାନ ପ୍ରେମୀ ଙ୍କ ନିମନ୍ତେ ସାର ଙ୍କ ଏଇ ସନ୍ଦେଶ ଯେ ” ନିରବିଚ୍ଛିନ୍ ନିରିଖ୍ୟନ୍ ଓ ଚିନ୍ତନ୍”। ଯାହାକି ଜଣକୁ ତାର ଲକ୍ଷ୍ୟ ସ୍ଥଳ ରେ ପହଞ୍ଚୈବାରେ ସହାୟକ ହେବ। ତାଙ୍କର ବିଜ୍ଞାନ ଉପକରନ୍ ମଧ୍ୟରେ ଖଣ୍ଡି ଏ ଛୋଟ ଦର୍ପଣ,ଲେନ୍ସ୍,ରଙ୍ଗ ଛ ନା କାଗଜ,ଥର୍ମୋଫ୍ଲସ୍କ୍ ,କିଛି ବେଞ୍ଜିନ୍ ରସାୟନ୍,ଗୋଟିଏ ଛୋଟ ଦୂର ବିଖ୍ୟନ୍ ଯନ୍ତ୍ର ଇତ୍ୟାଦି। ବିଜ୍ଞାନ ର ଜୟ ଯାତ୍ରା ସିର୍ସ୍ ରେ ଥିବା ବେଳେ ସୁଚନା ଓ ପ୍ରଜୁକ୍ତି ବିଦ୍ୟା ଉତ୍କର୍ସ୍ ସମାଜ ସେବାରେ ନିୟୋଜିତ ,ଏଇ ପରିପ୍ରେଖି ରେ ” ଜାତୀୟ ବିଜ୍ଞାନ ଦିବସ ” ସମସ୍ତ ଙ୍କ ମନରେ ବିଜ୍ଞାନ ପ୍ରତି ଅନୁରକ୍ତି ଜନ୍ମାଉ। ଏହି ମହାନ ବୈଜ୍ଞାନିକ ଙ୍କର ୧୯୭୦ ମସିହା ନଭେମ୍ବର୍ ମାସ ୨୧ ତାରିଖ ରେ ମହପ୍ରୟାନ ଘଟି ଥିଲା। ବିଜ୍ଞାନ ଆକାଶ ର ଏକ ଉଜ୍ଜଳ ଜ୍ୟୋତିସ୍କ୍ ର ଅବସାନ ଘଟିଲା।