Breaking PLUSଓଡ଼ିଶାମୁଖ୍ୟ ଖବର
ଆରମ୍ଭ ହୋଇଛି ନବରାତ୍ର ପୂଜା, ଚଳଚଂଚଳ ବିଭିନ୍ନ ଶକ୍ତିପୀଠ

ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ଏଥିଲାଗି ରାଜ୍ୟର ପ୍ରାୟ ସମସ୍ତ ଶକ୍ତିପୀଠ ଗୁଡିକ ଉତ୍ସବମୂଖର ହୋଇଉଠିଛି। ମାଆ କଟକ ଚଣ୍ତୀଙ୍କ ପୀଠରେ ଧୁମଧାମ ସହକାରେ ନବରାତ୍ର ପୂଜା ଚାଲିଛି। ନବରାତ୍ର ବ୍ରତ ଧାରଣ କରି ଭକ୍ତମାନେ ମାଆଙ୍କର ପୂଜାର୍ଚ୍ଚନା କରୁଛନ୍ତି। ୯ ଦିନରେ ମା ୯ଟି ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ। ମାଆଙ୍କର ଏହି ମନୋରମ ବେଶକୁ ଦର୍ଶନ କରିବା ଲାଗି କାହିଁ କେତେ ଦୂରରୁ ଲକ୍ଷାଧିକ ଭକ୍ତ ଛୁଟି ଆସନ୍ତି।