Breaking PLUSଓଡ଼ିଶାମୁଖ୍ୟ ଖବର
ECIଙ୍କ ଦୃଷ୍ଟି ଆକର୍ଷଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର- ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ହୋଇଛି । ଏନେଇ ECIଙ୍କ ଦୃଷ୍ଟି ଆକର୍ଷଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା ଭାବେ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ନବୀନ । ନୂଆପଡ଼ା ବାହାରର ବିଜେପି ନେତା ଓ ମନ୍ତ୍ରୀମାନେ ଏବେ ବି ଘୁରି ବୁଲୁଛନ୍ତି । ବିଜେଡି କର୍ମୀ ବିରୋଧ କରିବାରୁ ଥାନାରେ ଅଟକ ରଖାଯାଉଛି ।ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷପାତି ଭାବେ କାର୍ଯ୍ୟ କରୁଛି ।ନିର୍ବାଚନର ବିଶ୍ୱସନୀୟତା ବଜାୟ ପାଇଁ ଆପଣ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।



