ଡିସେମ୍ବର ସୁଦ୍ଧା ପାକିସ୍ତାନ ଫେରିପାରନ୍ତି ନୱାଜ ଶରିଫ । ୭୨ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପିଏମଏଲ-ଏନ ନେତୃତ୍ୱାଧୀନ ସରକାର କୂଟନୈତିକ ପାସପୋର୍ଟ ଦେଇଛନ୍ତି। ଆତ୍ମ-ନିର୍ବାସନ ଶେଷ ହେବା ପରେ ଆସନ୍ତା ସାଧାରଣ ନିର୍ବାଚନରେ ଦଳର ନେତୃତ୍ୱ ନେବାକୁ ଶରିଫ ଲଣ୍ଡନରୁ ପାକିସ୍ତାନ ଫେରିବେ ବୋଲି ଆଜି ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏପ୍ରିଲରେ ପଦରୁ ବହିଷ୍କୃତ ହେବା ପରଠାରୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଦାବି କରିଆସୁଛନ୍ତି। ଜାତୀୟ ସଭାର ବର୍ତ୍ତମାନର କାର୍ଯ୍ୟକାଳ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ରହିଛି।ଦୁର୍ନୀତି ଅଭିଯୋଗରେ ଶରିଫ କୋଟ ଲଖପାଟ ଜେଲରେ ସାତ ବର୍ଷ ଜେଲ ଦଣ୍ଡ ଭୋଗୁଥିବାବେଳେ ଲାହୋର ହାଇକୋର୍ଟ ତାଙ୍କୁ ଚାରି ସପ୍ତାହ ଜାମିନ ପ୍ରଦାନ କରିଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ଦେଶ ଛାଡିବାକୁ ଅନୁମତି ଦେଇଥିଲେ। ନଭେମ୍ବର ୨୦୧୯ ରେ, ସେ ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ ଏବଂ ସେହି ଦିନଠାରୁ ସେଠାରେ ରହୁଛନ୍ତି ।