
ଦେବାଳିଆ କମ୍ପାନୀ ମାମଲା ଗୁଡ଼ିକର ବିଚାର କରୁଥିବା ନାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ ବା ଏନସିଏଲଟି ଭାରତର ଏକ ବଡ଼ କମ୍ପାନୀର ବିକ୍ରି ଉପରେ ମୋହର ମାରିଛି l ଖରାପ ପରିସ୍ଥିତି ଦେଇ ଗତି କରୁଥିବା ୩୫ ବର୍ଷ ପୁରୁଣା କମ୍ପାନୀ ଭିଡ଼ିଓକାନ ଗ୍ରୁପ ଅଫ ଇଣ୍ଡଷ୍ଟ୍ରିଜ ବିକ୍ରି ହେବା ନେଇ ନିଶ୍ଚିତ ହୋଇଛି lକୋଟିପତି ଅନିଲ ଅଗ୍ରୱାଲଙ୍କ କମ୍ପାନୀ ଟ୍ୱିନ ଷ୍ଟାର ଟେକ୍ନୋଲୋଜି ଏହାକୁ ପାଖାପାଖି ୨୯୬୨ କୋଟି ଟଙ୍କାରେ କିଣିବା ନେଇ ଜଣାପଡିଛି l
ଭିଡିଓକନ ଗ୍ରୁପ ଉପରେ ସମୁଦାୟ ୩୧ ହଜାର କୋଟି ଟଙ୍କାର କରଜ ରହିଛି l ଯୋଜନା ମୁତାବିକ ବେଦାନ୍ତ ଗ୍ରୁପର ଟ୍ୱିନ ଷ୍ଟାର କମ୍ପାନୀ ୯୦ ଦିନ ଭିତରେ ୫ ଶହ କୋଟି ଟଙ୍କାର ଆଡ଼ଭାନ୍ସ ପେମେଣ୍ଟ କରିବ l ବଳକା ଟଙ୍କା କିଛି ଦିନ ଭିତରେ ନନ କାଉଣ୍ଟବଲ ଡିବେଞ୍ଚର ହିସାବରେ ବେଦାନ୍ତ ପକ୍ଷରୁ ଦିଆଯିବ ବୋଲି ଜଣାପଡିଛି lଟଙ୍କା ଦେବା ପରେ ଇଲେକ୍ଟ୍ରୋ ଷ୍ଟିଲ ଏବଂ ଫେରୋ ଆଲେଏଜ କର୍ପୋରେସନ ପରେ ଅନିଲଙ୍କର ଏହା ତୃତୀୟ କିଣା ଯାଇଥିବା ସମ୍ପତ୍ତି ହେବ lଭିଡିଓକନର ମାଲିକାନାରେ ତେଲ କ୍ଷେତ୍ରରେ ୨୫ ପ୍ରତିଶତ ଭାଗ ରହିଥିବାରୁ ବେଦାନ୍ତ କମ୍ପାନୀ ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରିଛି l ଏହି ଅଧିଗ୍ରହଣ ପରେ ବେଦାନ୍ତର ତେଲ କ୍ଷେତ୍ରରେ 47.5 ପ୍ରତିଶତ ଅଂଶଦାନ ହୋଇଯିବ l ଏହାସହିତ ବେଦାନ୍ତ ଓଏନଜିସିର 40 ପ୍ରତିଶତ ଅଂଶ ଠାରୁ ଅଧିକ ହୋଇଯିବ ବୋଲି ଜଣାପଡିଛି l