ଓଡ଼ିଶାଦେଶସ୍ୱତନ୍ତ୍ର

ଅର୍ନ୍ତଜାତୀୟ ବଜାରରେ ଗହମ ଅଭାକକୁ ପୂରଣ କରିବ ଭାରତ

ଖାଦ୍ୟ ସଚିବ ଦେଲେ ଏହି ସୂଚନା

ୟୁକ୍ରେନ-ରୁଷିଆ ଯୁଦ୍ଧ ଲାଗିବା ଦିନଠାରୁ ଦିନକୁ ଦିନ ସମଗ୍ର ବିଶ୍ୱର ଅର୍ଥନୀତି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ନିକଟରେ ସୁନା, ଖାଇବା ତେଲର ଅହେତୁକ ଦର ବୃଦ୍ଧି ଘଟିଥିବା ବେଳେ ଆଗାମୀ ଦିନରେ ପେଟ୍ରୋଲ, ଡିଜେଲ ସହ ଅନ୍ୟାନା ସାମଗ୍ରୀର ଦର ବୃଦ୍ଧି ପାଇବ ବୋଲି ମଧ୍ୟ ଆକଳନ କରାଯାଉଛି । ତେବେ ଏହା ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ଆସିଛି । ଅନ୍ୟ ଦେଶମାନଙ୍କରେ ବର୍ତ୍ତମାନ ଭାରତୀୟ ଗହମର ଚାହିଦା ବଢ଼ିବାରେ ଲାଗିଛି । ୟୁରୋପର ବିଭିନ୍ନ ଦେଶ ଗହମ ସପ୍ଲାଏ ପାଇଁ ଭାରତ ସହିତ ଯୋଗାଯୋଗ କରିସାରିଛନ୍ତି ।

ଭାରତରେ ମୁଖ୍ୟତଃ ମାର୍ଚ୍ଚ ମାସରେ ଗହମ ଅମଳ କରାଯାଇଥାଏ। ତେଣୁ ଏଭଳି ସ୍ଥିତିରେ ଭାରତ ନିଶ୍ଚିତ ଭାବେ ଲାଭରେ ରହିବ ବୋଲି ଅନୁମାନ କରାଯାଉଛି ।  ବିଶ୍ୱର ମୋଟ ଗହମ ଚାହିଦାର ୩୦ ପ୍ରତିଶତ ଉଭୟ ୟୁକ୍ରେନ ଓ ରୁଷିଆ ଭରଣା କରିଥାନ୍ତି । ରୁଷ ଦୁନିଆର ପ୍ରଥମ ଗହମ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବା ବେଳେ ୟୁକ୍ରେନ ଚତୁର୍ଥ ସ୍ଥାନରେ ରହିଛି । ମାତ୍ର ଦୁଇଦେଶ ବର୍ତ୍ତମାନ ଯୁଦ୍ଧରେ ବ୍ୟସ୍ତ ରହିଥିବାରୁ ଅନ୍ୟ ଦେଶମାନଙ୍କୁ ଏପରି ସ୍ଥଳେ ଗହମ ରପ୍ତାନୀ କରିବା ସମ୍ଭବ ହେଉନାହିଁ । ଦୁଇଦେଶ ବାଜରା, ଚିନି, ଓଟସ, ରାଇ,ଲୁଣ ଆଦି ବିଭିନ୍ନ ସାମଗ୍ରୀ ବିଦେଶକୁ ରପ୍ତାନୀ ଉପରେ ରୋକ ଲଗାଇଛନ୍ତି । ଫଳରେ ବିଶ୍ୱର ବିଭିନ୍ନ ଦେଶରେ ଏବେ ଗହମର ଅଭାବ ପରିଲକ୍ଷିତ ହୋଇଛି ।

ଖାଦ୍ୟ ସଚିବ ସୂଚନା ଦେଇ କହିଛନ୍ତି, ଭାରତ ଚଳିତ ବର୍ଷ ୭୦ ଲକ୍ଷ ଟନରୁ ଅଧିକ ଗହମ ବିଦେଶକୁ ରପ୍ତାନୀ କରିବ । ବର୍ତ୍ତମାନ ଗହମ ଅମଳ ଚାଲିଥିବା ବେଳେ ଆସନ୍ତା ଏପ୍ରିଲ ମାସରେ ବଜାରକୁ ନୂଆ ଗହମ ଆସିଯିବ । ତେଣୁ ଭାରତ ନିଶ୍ଚିତ ଲାଭରେ ରହିବ ।

Show More

Related Articles

Back to top button