ମୁଖ୍ୟ ଖବର

କର୍ତ୍ତବ୍ୟରେ ଅବହେଳା: ବୁଥସ୍ତରୀୟ ଅଧିକାରୀ ନିଲମ୍ବିତ


ଗଜପତି ଜିଲ୍ଲାର ୧୩୭-ପାରଳାଖେମୁଣ୍ଡି ବିଧାନସଭା ଅନ୍ତର୍ଗତ କାଶୀନଗର ବ୍ଲକରେ ବୁଥସ୍ତରୀୟ ଅଧିକାରୀ (BLO) ଭାବେ କାମ କରୁଥିବା ଜଣେ ସହକାରୀ ଶିକ୍ଷକଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନିଲମ୍ବିତ କରାଯାଇଛି।

ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଆଦେଶ ଅନୁସାରେ, ବୁଥ ନଂ-୧୧୦ ସିଧାମଡାଙ୍ଗାର BLO ଓ ସହକାରୀ ଶିକ୍ଷକ ରାମାନୁଜ ଦାସଙ୍କୁ ନିଲମ୍ବନ କରାଯାଇଛି।

ଆଦେଶ ପତ୍ର ଅନୁଯାୟୀ, ଲୋକ ପ୍ରତିନିଧିତ୍ୱ ଆଇନ ୧୯୫୦ ଓ ୧୯୫୧ ଅନୁସାରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ କାମରେ ସେ ଅବହେଳା କରିଥିବା ଦର୍ଶାଯାଇଛି। ସେ କୌଣସି ବୈଧ କାରଣ ଦର୍ଶାଇନଥିବା ବେଳେ ନିଜ କର୍ତ୍ତବ୍ୟ ଠିକ ଭାବରେ ପାଳନ କରିପାରିନଥିଲେ। ଏହାକୁ ଘୋର ଅବହେଳା ଓ ଆଇନଗତ ଆଦେଶର ଅବମାନନା ଭାବେ ଗଣାଯାଇ ତାଙ୍କୁ ତତ୍କ୍ଷଣାତ୍ ନିଲମ୍ବିତ କରାଯାଇଛି।

ନିଲମ୍ବନ ସମୟରେ ସେ ସକ୍ଷମ ଅଧିକାରୀଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡିପାରିବେ ନାହିଁ। ସେହି ସହିତ ନିୟମ ଅନୁଯାୟୀ ଜୀବନଯାପନ ଭତ୍ତା ପାଇବେ ବୋଲି ଆଦେଶରେ ଉଲ୍ଲେଖ ରହିଛି।

Show More

Related Articles

Back to top button