Breaking PLUSଦେଶ ବିଦେଶମୁଖ୍ୟ ଖବର

ନେପାଳ ଭୂକମ୍ପ, ଜାଜରକୋଟରେ ମାଟିରେ ମିଶିଛି 10ହଜାର ଘର, 67ହଜାର ଲୋକ ବିସ୍ଥାପିତ

କାଠମାଣ୍ଡୁ, 8 ନଭେମ୍ବର -ନେପାଳରେ ଗତ ଶୁକ୍ରବାର ମଧ୍ୟ ରାତିରେ ଭୟାବହ ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ନେପାଳ ଭୂକମ୍ପରେ ହୋଇଥିବା କ୍ଷୟକ୍ଷତିର ପୂର୍ଣ୍ଣାଙ୍ଗ ବିବରଣୀ ରିପୋର୍ଟକୁ ସରକାର ସାର୍ବଜନୀନ କରିଛନ୍ତି । ଏହି ରିପୋର୍ଟ ମୁତାବକ ଭୂକମ୍ପ ଯୋଗୁ ପ୍ରାୟ 10ହଜାର ଘର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏବଂ 67ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି ।
ନଭେମ୍ବର 3ରେ ରାତି ପ୍ରାୟ 11.47ମିନିଟରେ ରିକ୍ଟର ସ୍କେଲରେ 6.4 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ ପ୍ରାୟ 10ହଜାର ଘର କ୍ଷତିଗ୍ରସ୍ତ ହୋଇଛି । ଭେରୀ ନଗରପାଳିକାରେ 2540 ଘର, ନଳଗାଡ ନଗରପାଳିକାରେ 2315 ଘର, ଛେଦାଗାଡ ନଗରପାଳିକାରେ 1945 ଘର, ବୋରକୋଟରେ 1435, କୁଶେରେ 1843, ଜୁନିଚାନ୍ଦେରେ 634 ଓ ଶିବାଳୟରେ 48ଟି ଘର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ।
ଜାଜରକୋଟରେ 67ହଜାର ଲୋକ ବିସ୍ଥାପିତ ହୋଇଥିବା ବେଳେ ଲକ୍ଷେ ଲୋକେ ପ୍ରଭାବିତ ହୋଇଛନ୍ତି ।

Show More

Related Articles

Back to top button