Breaking PLUSଦେଶ ବିଦେଶମୁଖ୍ୟ ଖବର

ନେପାଳରେ ଭୟଙ୍କର ବନ୍ୟା , ଶତାଧିକ ମୃତ

କାଠମାଣ୍ଡୁ, 29 ସେପ୍ଟେମ୍ବର – ନେପାଳରେ ଭୟଙ୍କର ହୋଇଛି ବନ୍ୟା ପରିସ୍ଥିତି । ଗତ ଦୁଇଦିନ ହେବ ଲଗାତର ବର୍ଷା କାରଣରୁ ଏବେ ସୁଦ୍ଧା 112ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ବନ୍ୟା ଓ ଭୂସ୍ଖଳନ କାରଣରୁ ଶହେରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି ।

ରାଜଧାନୀ କାଠମାଣ୍ଡୁ ଓ ଏହାର ଆଖପାଖ ଅଂଚଳରେ ସବୁଠୁ କ୍ଷୟକ୍ଷତି ଦେଖିବାକୁ ମିଳିଛି । କାଠମାଣ୍ଡୁର ଅଧିକାଂଶ ଅଂଚଳ ଜଳମଗ୍ନ ହୋଇଯାଇଛି । ଏଠାରେ ହିଁ ସବୁଠୁ ଅଧିକ ଧନଜୀବନ କ୍ଷୟକ୍ଷତି ଦେଖିବାକୁ ମିଳିଛି । କାଠମାଣ୍ଡୁ ସହ ଏହାର ଆଖପାଖ ଅଂଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଲଗାଣ ବର୍ଷା କାରଣରୁ କାଠମାଣ୍ଡୁ ସହିତ ସାରା ଦେଶର ବିଭିନ୍ନ ସ୍ଥାନକୁ ବନ୍ଦ କରିଦିଆଯାଇଛି । ବର୍ଷା କାରଣରୁ ବିଦ୍ୟୁତ ଖୁଂଟି ଭୁଶୁଡି ପଡିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button