Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବର

କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ପଟିଆସ୍ଥିତ ଘରୋଇ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଛାତ୍ରକୁ ଗିରଫ କଲା ପୁଲିସ । ଛାତ୍ର ଜଣକ ୟୁପିର ଲକ୍ଷ୍ନୌର ବୋଲି ଜଣାପଡିଛି । ଖସି ପଳାଇବାକୁ ଉଦ୍ୟମ କରିବା ସମୟରେ ବିମାନବନ୍ଦରରୁ ଛାତ୍ରକୁ ପୁଲିସ ଗିରଫ କରିଛି । ତାଙ୍କ ନିକଟରୁ ଏକ ମୋବାଇଲ ଫୋନ୍ ଓ ଲାପଟପ୍ ଜବତ ହୋଇଛି । ଅନ୍ୟପଟେ ବିଶ୍ବବିଦ୍ୟାଳୟ ସାଇନ୍ ଏ ଡାଏ ଘୋଷଣା କରି ନେପାଳ ଛାତ୍ରଛାତ୍ରୀଙ୍କୁ ତାଙ୍କ ଦେଶକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇ ପରେ ପୁଣି ଫେରିବାକୁ ଅପିଲ୍ କରିଛି । ସମସ୍ତ ଛାତ୍ରଛାତ୍ରୀଙ୍କୁ କଟକ ରେଳ ଷ୍ଟେସନରେ ଛାଡି ଦେଇ ଯିବାକୁ ନିର୍ଦ୍ଦେଶ ଦେଇଥିଲା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ତେବେ ଏ ସଂକ୍ରାନ୍ତରେ ନେପାଳରେ ଝଡ ଉଠିଥିଲା । ଏପରିକି ନେପାଳ ସଂସଦରେ ଏ ପ୍ରସଙ୍ଗ ଉଠିବା ପରେ ଗମ୍ଭୀରତାର ସହ ନେଇଥିଲେ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି । ପରେ ପୁଣି ସମସ୍ତ ଛାତ୍ରଛାତ୍ରୀଙ୍କୁ ଫେରିଆସିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅପିଲ୍ କରିଛି । ସୂଚନାଯୋଗ୍ୟ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାପରେ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ଏବେ ଚର୍ଚ୍ଚାରେ ରହିଛି । ଗିରଫ ଛାତ୍ରଙ୍କ ବିରୁଦ୍ଧରେ ମାନସିକ ନିର୍ଯାତନା ସହ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ ରହିଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button