Breaking PLUSଦେଶମୁଖ୍ୟ ଖବର

ଦେଶରେ ଚିହ୍ନଟ ହେଲେ ୬,୯୮୪ ନୂଆ କରୋନା ସଂକ୍ରମିତ

ଦେଶରେ ଚିହ୍ନଟ ହୋଇଛନ୍ତି ୬,୯୮୪ ନୂଆ କରୋନା ସଂକ୍ରମିତ । ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୪୭,୧୦,୬୨୮କୁ ବୃଦ୍ଧି ପାଇଛି ।

ସେହିପରି ୮,୧୬୮ ସୁସ୍ଥ ହେବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୪୧,୪୬,୯୩୧ରେ ପହଞ୍ଚିଛି । ଆରୋଗ୍ୟ ହାର ୯୮.୩୮% । ଚିକିତ୍ସାଧୀନ ଅବସ୍ଥାରେ ଆଉ ୨୪୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪,୭୬,୧୩୫। ମୃତ୍ୟୁହାର ୧.୩୭% ।

୮୭,୫୬୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସକ୍ରିୟ ଆକ୍ରାନ୍ତ ହାର ୦.୨୫% । ଦିନକରେ ୧୧,୮୪,୮୮୩ ନୁମନା ପରୀକ୍ଷା କରାଯାଇଥିବା ବେଳେ ମୋଟ ୬୫,୮୮,୪୭, ୮୧୬ ନମୁନା ପରୀକ୍ଷା କରାଯାଇଛି । ଦିନକ ପୂର୍ବରୁ ୬୮,୮୯,୦୨୫ ଟିକା ନେଇଥିବା ବେଳେ ମୋଟ ୧,୩୪,୬୧,୧୪,୪୮୩ ଟିକା ନେଇ ସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳାୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି ।

Show More

Related Articles

Back to top button