
ଆଜି ରାଜ୍ୟରୁ ୧୧୨ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୫୩,୮୮୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଏଥିମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୬୭ ଜଣ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି । ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୭ ଜଣ ଶିଶୁ ବି ଅଛନ୍ତି ।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୩ ଏବଂ ସୁନ୍ଦରଗଡ଼ରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳରୁ ୧, ବାଲେଶ୍ୱର ୨, ଗଜପତି ୩, ଗଞ୍ଜାମ ୨, ଜଗତସିଂହପୁର ୩, ଯାଜପୁର ୨, ଝାରସୁଗୁଡ଼ା ୨, କେନ୍ଦ୍ରାପଡ଼ା ୩, ମୟୂରଭଞ୍ଜ ୧, ନୟାଗଡ଼ ୧, ପୁରୀ ୨, ରାୟଗଡ଼ାରୁ ୧ ଏବଂ ସମ୍ବଲପୁରରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ୍ ପୁଲ୍ ସଂଖ୍ୟା ରହିଛି ୧୨ ।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୫୩,୮୮୧ରେ ପହଞ୍ଚିଥିବା ବେଳେ ୧୦,୪୩,୭୮୨ଜଣ ସୁସ୍ଥ ହୋଇଛନ୍ତି । ୧୫୯୪ ଜଣ ଚିକିିତ୍ସିତ ହେଉଛନ୍ତି ।