Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୨୧ କରୋନା ଆକ୍ରାନ୍ତ

ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ଆଉ ୨୨୧ ଜଣ କରୋନା ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୨୨ ଜଣ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୮୫ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ମୟୂରଭଂଜରୁ ୧୩, ବାଲେଶ୍ୱରରୁ ୬, ବରଗଡ଼, ଯାଜପୁରରୁ ୫-୫, ସୁନ୍ଦରଗଡ଼ରୁ ୪, ଭଦ୍ରକ, ଗଂଜାମ, କେନ୍ଦ୍ରାପଡ଼ା, କୋରାପୁଟରୁ ୨ ଜଣ ଲେଖାଏଁ, ଅନୁଗୁଳ, ବଲାଙ୍ଗୀର, ଦେବଗଡ଼, ଜଗତସିଂହପୁର, କଳାହାଣ୍ଡି, ନୟାଗଡ଼, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୨୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button