
ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୩୯ ଜଣ କରୋନା ଆକ୍ରାନ୍ତ । ସେଥିରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୭ ଜଣ ଆକ୍ରାନ୍ତ । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧୪୦ ଜଣ ସଂକ୍ରମିତ କ୍ୱାରେଣ୍ଟାଇନ୍ରୁ ଥିବା ବେଳେ ୯୯ ଟି ଲୋକାଲ୍ କେସ୍ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୨୩ଜଣ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ।
୨୩୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୭, ବରଗଡରୁ ୧, ଭଦ୍ରକରୁ ୨, ବଲାଙ୍ଗୀରରୁ ୧, କଟକରୁ ୨୪, ଦେଓଗଡରୁ ୧, ଢେଙ୍କାନାଳରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୧, ଯାଜପୁରରୁ ୭, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୪, ଖୋର୍ଦ୍ଧାରୁ ୧୨୩, କୋରାପୁଟରୁ ୧, ମୟୁରଭଞ୍ଜରୁ ୧୩, ନୟାଗଡରୁ ୧, ପୁରୀରୁ ୩, ସମ୍ବଲପୁରରୁ ୬, ସୁନ୍ଦରଗଡରୁ ୯ ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୧ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରର ୨ ଜଣ ରହିଛନ୍ତି ।