Breaking PLUSଓଡ଼ିଶାମୁଖ୍ୟ ଖବର

ଏପ୍ରିଲ ୨ ରୁ ଆରମ୍ଭ ହେବ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ କାର୍ଯ୍ୟକ୍ରମ

ଭୁବନେଶ୍ୱର- ଏପ୍ରିଲ ୨ ରୁ ଆରମ୍ଭ ହେବ ପ୍ରବେଶ ଉତ୍ସବ ଓ ଖଡି ଛୁଆଁ କାର୍ଯ୍ୟକ୍ରମ । ସମସ୍ତ ସ୍କୁଲରେ ପ୍ରସ୍ତୁତି ହୋଇଛି ।  ୬ ବର୍ଷରୁ ଅଧିକ ବୟସର ପିଲା କ୍ଲାସ୍ ୧ରେ ନାମ ଲେଖାଇବେ ।  ୬ ବର୍ଷ ରୁ କମ୍ ବୟସର ପିଲାମାନେ ଶିଶୁ ବଟିକାରେ ନାମ ଲେଖିପାରିବେ । ଆସ ସ୍କୁଲ ଯିବା ଅଭିଯାନ’ ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ଗଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ସବୁ ଜିଲାର ସ୍ଥାନୀୟ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟୁଛନ୍ତି ।  ଅଭିଭାବକ ମାନଙ୍କୁ ମଧ୍ୟ ଅବଗତ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

 

Show More

Related Articles

Back to top button