Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ

ଭୁବନେଶ୍ୱର-ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଆଜି ଓଡ଼ିଶାରେ ପହଞ୍ଚିବେ। ୩ ତାରିଖ ଶୁକ୍ରବାର ସେ ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ରାଜଭବନ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଡ. ହରିବାବୁ ଗୁରୁବାର ଆଜି ଅପରାହ୍ନ ୨ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେ ପୁରୀ ଗସ୍ତ କରିବେ। ପୁରୀ ରାଜଭବନରେ ସେ ରାତ୍ରିଯାପନ କରିବେ। ଶୁକ୍ରବାର ସକାଳେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ମହାପ୍ରଭୁଙ୍କ ଦର୍ଶନ ସାରି ନବନିଯୁକ୍ତ ରାଜ୍ୟପାଳ ଭୁବନେଶ୍ବର ଆସିବେ।

Show More

Related Articles

Back to top button