Breaking PLUSଓଡ଼ିଶା
ସପିଂ ମଲ ଏବଂ ସିନେମା ହଲ୍ ପାଇଁ ଆସିଲା ନୂଆ ଗାଇଡଲାଇନ୍
ଦରକାର ପଡିବନି ଟୀକା ସାର୍ଟିଫିକେଟ୍ କିମ୍ବା କୋଭିଡ ନେଗେଟିଭ ରିପୋର୍ଟ

ସିନେମା ଏବଂ ସପିଂ ମଲ୍ ଗୁଡିକ ପାଇଁ ଆସିଲା ସେପ୍ଟେମ୍ବରର ନୂଆ ଗାଇଡଲାଇନ୍ । ରାଜ୍ୟର ସମସ୍ତ ସିନେମା ହଲ୍ ଏବଂ ସପିଂ ମଲ୍ ଗୁଡିକ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏଣିକି ସିନେମା ହଲ୍ ଏବଂ ସପିଂ ମଲକୁ ଯିବାକୁ ହେଲେ ଆଉ ଦୁଇଟି ଡୋଜ୍ ଟୀକାର ପ୍ରମାଣପତ୍ର ଦେଖାଇବାକୁ ପଡିବନାହିଁ । କିମ୍ବା ଆରଟିପିସିଆର ନେଗେଟିଭ୍ ରିପୋର୍ଟର ମଧ୍ୟ ଆବଶ୍ୟକତା ନାହିଁ । ପୂର୍ବରୁ ମଲ୍ ଏବଂ ସିନେମା ହଲ୍ ଗୁଡିକ ୫୦ ପ୍ରତିଶତ କ୍ଷମତାରେ ଚାଲିବା ପାଇଁ ନିୟମ ରହିଥିଲା । କିନ୍ତୁ ଏଣିକି ଶତ ପ୍ରତିଶତ କ୍ଷମତାରେ ଚାଲିପାରିବ ସିନେମା ହଲ୍ ଏବଂ ସପିଂ ମଲ । କିନ୍ତୁ ଉଭୟ ସିନେମା ହଲ୍ ଏବଂ ସପିଂ ମଲର କର୍ତ୍ତୃପକ୍ଷ, ନିଜ ଅନୁଷ୍ଠାନରେ କୋଭିଡ୍ ନିୟମ ପାଳନ ନେଇ ସମସ୍ତ ବ୍ୟବସ୍ଥା କରାଇବେ । ଏବଂ ଉତ୍ତରଦାୟୀ ରହିବେ ।



