ମୁଖ୍ୟ ଖବରରାଜନୀତି

ବିହାରରେ ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ସୋସିଆଲ୍ ମିଡିଆ ନିୟମ ଲାଗୁ

ବିହାର ସରକାର ସରକାରୀ କର୍ମଚାରୀଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟବହାର ଉପରେ କଠୋର ନିୟମ ଲାଗୁ କରିଛି। ନିୟମ ଉଲ୍ଲଂଘନ କଲେ କଠୋର ଶାସନମୂଳକ କାର୍ଯ୍ୟନୁଷ୍ଠାନ ହେବ ବୋଲି ସଚେତନ କରାଯାଇଛି।
୨୦୨୬ ଜାନୁଆରୀରେ ମନ୍ତ୍ରିମଣ୍ଡଳ ଦ୍ୱାରା ଅନୁମୋଦିତ ‘ବିହାର ସରକାରୀ କର୍ମଚାରୀ ଆଚରଣ (ସଂଶୋଧନ) ନିୟମ, ୨୦୨୬’ ଶୁକ୍ରବାର ସନ୍ଧ୍ୟାରେ ଅଧିକୃତ ଗଜେଟରେ ପ୍ରକାଶ ପାଇବା ସହିତ ଲାଗୁ ହୋଇଛି।
ନୂତନ ନିୟମ ଅନୁଯାୟୀ, କର୍ମଚାରୀମାନେ ସରକାରୀ ନୀତି, ଯୋଜନା କିମ୍ବା ନ୍ୟାୟାଳୟର ରାୟ ସମ୍ପର୍କରେ ଫେସବୁକ୍, ଏକ୍ସ ଓ ଇନ୍‌ଷ୍ଟାଗ୍ରାମ ଭଳି ମାଧ୍ୟମରେ ପୂର୍ବ ଅନୁମତି ବିନା ମତାମତ ଦେଇପାରିବେ ନାହିଁ। ଏହାକୁ ଅନୁଶାସନ ଭଙ୍ଗ ଭାବେ ଗଣାଯିବ।
ବ୍ୟକ୍ତିଗତ ସୋସିଆଲ୍ ମିଡିଆ ଖାତା ପାଇଁ ସରକାରୀ ଇମେଲ୍ କିମ୍ବା ମୋବାଇଲ୍ ବ୍ୟବହାର ନିଷିଦ୍ଧ। ମିଛ ଆଇଡି, ଗୁପ୍ତ ନାମ କିମ୍ବା ଅଜ୍ଞାତ ପରିଚୟରେ ପୋଷ୍ଟ କରିବାକୁ କଠୋର ଭାବେ ନିଷେଧ କରାଯାଇଛି।
କାର୍ଯ୍ୟାଳୟ ପ୍ରାଙ୍ଗଣରେ ଫଟୋ, ଭିଡିଓ, ରିଲ୍ସ କିମ୍ବା ଲାଇଭ୍ ସ୍ଟ୍ରିମ କରିବା ଉପରେ ପୂର୍ଣ୍ଣ ନିଷେଧ ଲାଗୁ ହୋଇଛି। ସେହିପରି, କୌଣସି ରାଜନୈତିକ ଦଳ, ସଂଗଠନ କିମ୍ବା ସାର୍ବଜନିକ ବ୍ୟକ୍ତିଙ୍କ ପକ୍ଷ କିମ୍ବା ବିରୋଧରେ ମତ ପ୍ରକାଶ କରିବାକୁ ମନା କରାଯାଇଛି।
ଏହା ସହିତ ପ୍ରତିଯୋଗୀ ପରୀକ୍ଷା ସମ୍ପର୍କରେ ମଧ୍ୟ ନୂତନ ନିୟମ ଆଣାଯାଇଛି। ଏବେ କର୍ମଚାରୀମାନେ ସେବାକାଳରେ ମାତ୍ର ଗୋଟିଏଥର ପରୀକ୍ଷା ଦେଇପାରିବେ, ସେଥିପାଇଁ ମଧ୍ୟ ଏନଓସି ଆବଶ୍ୟକ।
ନୂତନ ନିୟମ ଲାଗୁ ହେବା ପରେ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସଚେତନତା ବଢ଼ିଛି ଓ କର୍ମଚାରୀମାନେ ସୋସିଆଲ୍ ମିଡିଆ ବ୍ୟବହାରରେ ବେଶି ସାବଧାନ ହୋଇପାରୁଛନ୍ତି।

Show More

Related Articles

Back to top button