Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜିଠାରୁ ଆରମ୍ଭ ହେବ ନୂଆ ଯାନବାହନ ପଞ୍ଜିକରଣ

ଓଡ଼ିଶାରେ ନୂଆ ଯାନବାହନ ପଞ୍ଜିକରଣ ପାଇଁ ଅନୁମତି ମିଳିଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କୋଭିଡ-୧୯ର ଦ୍ୱିତୀୟ ଲହର ଜନିତ ତାଲାବନ୍ଦ ଘୋଷଣା ହେବାପରେ ସରକାରଙ୍କ ପକ୍ଷରୁ ରାଜ୍ୟରେ ନୂଆ ଯାନବାହନ ପଞ୍ଜିକରଣକୁ ବନ୍ଦ ରଖାଯାଇଥିଲା।

ଓଡ଼ିଶାରେ ନୂଆ ଯାନବାହନ ପଞ୍ଜିକରଣ ପାଇଁ ଅନୁମତି ମିଳିଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କୋଭିଡ-୧୯ର ଦ୍ୱିତୀୟ ଲହର ଜନିତ ତାଲାବନ୍ଦ ଘୋଷଣା ହେବାପରେ ସରକାରଙ୍କ ପକ୍ଷରୁ ରାଜ୍ୟରେ ନୂଆ ଯାନବାହନ ପଞ୍ଜିକରଣକୁ ବନ୍ଦ ରଖାଯାଇଥିଲା। ତେବେ ଏସଟିଏ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ ରାଜ୍ୟ ସରକାର ଚଳିତ ଜୁନ୍‍ ମାସ ୧୭ ତାରିଖ ଠାରୁ ଯାନବାହନ ବିକ୍ରି ଏବଂ ତାହାର ସର୍ଭିସକୁ ଅନୁମତି ପ୍ରଦାନ କରିଥିବା ଦୃଷ୍ଟିରୁ ନୂଆ ଯାନବାହନଗୁଡିକର ପଞ୍ଜିକରଣ ପୁନଃ ଆରମ୍ଭ କରାଯିବ। ଯାନବାହନ ଡିଲରଙ୍କ ଜରିଆରେ ଏହା କରାଯିବ। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ କୋଭିଡ ସମ୍ପର୍କିତ ଜାରି ନିର୍ଦ୍ଦେଶାବଳୀ ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଛି ଏବଂ ଏ ସମ୍ପର୍କରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ଜଣାଇ ଦିଆଯାଇଛି। ସେମାନେ ବାହାନ ପୋର୍ଟାଲରେ ନୂଆ ଯାନବାହନଗୁଡିକର ପଞ୍ଜିକରଣକୁ ଅନୁମତି ଦେବାକୁ ଏଥିରେ କୁହାଯାଇଛି।

Show More

Related Articles

Back to top button