Breaking PLUSଓଡ଼ିଶାମୁଖ୍ୟ ଖବର

ନୂଆବର୍ଷରେ ବୁଲିଲା ଖଣ୍ଡା, ଦୁଇ ଗୁରୁତର

ବଲାଙ୍ଗୀର : ନୂଆବର୍ଷରେ ବୁଲିଲା ଖଣ୍ଡା, ଦୁଇ ଗୁରୁତର। ବଲାଙ୍ଗୀର ତୁଳସୀ ନଗରରେ ଅଭାବନୀୟ ଘଟଣା ଘଟିଛି। ନୂଆବର୍ଷ ସେଲିବ୍ରେସନ୍ କାର୍ଯ୍ୟକ୍ରମ ଚାଲିଥିବାବେଳେ ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ଗଣ୍ଡଗୋଳ କରିଥିଲେ। ଏବଂ ପରେ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଭୀମଭୋଈ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇ ଗୁରୁତର ମଧୁସୂଦନ ବଗର୍ତି ଏବଂ ଅଗ୍ନି କୁମାର ବିଶି ବୋଲି ଜଣାପଡିଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Show More

Related Articles

Back to top button